ସରକାରୀ ଅଫିସରେ ନୂଆବର୍ଷ ପାଳନ ମନା,ଫୁଲ ନ ଦେଇ, ଅନଲାଇନରେ ଜଣାନ୍ତୁ ଶୁଭେଚ୍ଛା

17

ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାର ମୁକାବିଲା ପାଇଁ ନୂଆବର୍ଷରେ ଯେପରି କେଉଁଠି ଭିଡ଼ ନହୁଏ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି ସରକାର । ଯେଉଁଥିପାଇଁ ହୋଟେଲ ଓ ମଣ୍ଡପରେ ନୂଆବର୍ଷ ପାଳନ ଉପରେ କଟକଣା ଲଗାଯାଇଛି । ଆଉ ଏସବୁ ଭିତରେ ସରକାରୀ କାର୍ଯ୍ୟାଳୟ ପାଇଁ ମଧ୍ୟ କରୋନା କଟକଣା ଲଗାଇଛନ୍ତି ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି ।
ଚଳିତ ଥର ସରକାରୀ ଅଫିସରେ ଏକାଧିକ ଲୋକ ଯେପରି ଏକାଠି ନହେବେ ତାହା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାବାଦ୍ କେବଳ ଅନଲାଇନ ମାଧ୍ୟମରେ ନୂଆବର୍ଷ ଶୁଭେଚ୍ଛା ଜଣାଇବାକୁ ସରକାରୀ କର୍ମଚାରୀଙ୍କୁ କୁହାଯାଇଛି । କୌଣସି ଅଫିସରେ ମେଳି ନ କରିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି । ଏହାବାଦ୍ ସବୁଥର ଭଳି ଫୁଲ ଦେଇ ଶୁଭେଚ୍ଛା ଜଣାଇବା ଉପରେ କଟକଣା ଲଗାଇଛନ୍ତି ସରକାର । ଏହାପୂର୍ବରୁ ସରକାରୀ ଅଫିସରେ ଫୁଲ ଓ ଫୁଲତୋଡା ଦେଇ ପରସ୍ପରକୁ ନୂଆବର୍ଷ ଶୁଭେଚ୍ଛା ଜଣାଉଥିବାର ଦେଖିବାକୁ ମିଳୁଥିଲା । କିନ୍ତୁ ଚଳିତଥର ଏସବୁ ଉପରେ କଟକଣା ଜାରି କରିଛନ୍ତି ସରକାର ।
କେବଳ ସରକାରୀ ଅଫିସ ନୁହେଁ ବରଂ ଓମିକ୍ରନର ମୁକାବିଲା ପାଇଁ ସାଧାରଣ ଲୋକଙ୍କ ପାଇଁ ଅନେକ ଗୁଡିଏ କଟକଣା ଜାରି କରିଛନ୍ତି ସରକାର । ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ହୋଟେଲ ଓ ମଣ୍ଡପରେ ନୂଆବର୍ଷ ପାଳନ ଉପରେ ରୋକ ଲାଗିଛି । ସେହିଭଳି ବିଭିନ୍ନ ସାମୁହିକ ଭୋଜିଭାତ ଉପରେ କଟକଣା ଲାଗିଥିବା ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ଖାସକରି ଡିସେମ୍ବର ୩୧ରୁ ଜାନୁଆରୀ ୨ ପର୍ଯ୍ୟନ୍ତ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି

Leave A Reply

Your email address will not be published.