ନୂଆବର୍ଷ ମୌଜ ହେଲା କାଳ : କ୍ରୁଜ ର ଜଣେ ସଦସ୍ୟ ପଜିଟିଭ ହେବା ପରେ ୨୦୦୦ ଯାତ୍ରୀ ମଝି ସମୁଦ୍ରରେ ଅଟକିଲେ

11

ନୂଆବର୍ଷ ରେ ମୌଜ କରିବା ପାଇଁ ‘ମୁମ୍ବାଇ-ଗୋଆ’ କୋର୍ଡେଲିଆ କ୍ରୁଜ ର ଯାତ୍ରୀଙ୍କ ପାଇଁ ଆଡୁଆ ବଢ଼ିଛି । ଏହି ବିଳାସମୟ କ୍ରୁଜ୍‌ ଜାହାଜ ‘କର୍ଡେଲିଆ’ରେ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କ୍ରୁଜରେ ଥିବା ୨୦୦୦ ଯାତ୍ରୀଙ୍କର ନମୁନା ପରୀକ୍ଷା କରାଯାଇଥିଲା ।ଏବେ ତାଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସଂକ୍ରମିତ ହୋଇଥିବା କ୍ରୁ ମେମ୍ବରକୁ କ୍ରୁସ୍‌ରେ କ୍ୱାରେଣ୍ଟିନ୍‌ରେ ରଖାଯାଇଛି।
ତେବେ ଏଥିରେ ଥିବା ୬୬ ଯାତ୍ରୀଙ୍କ ନମୁନା ପଜିଟିଭ ହୋଇଥିବା ଜଣାପଡ଼ିଛି । ରବିବାର ଦିନ, ପିପିଇ କିଟ ପିନ୍ଧି ଏକ ଡାକ୍ତରୀ ଦଳ ବିମାନରେ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସମେତ ସମସ୍ତ ୨,୦୧୬ ଲୋକଙ୍କଆରଟି-ପିସିଆର ପରୀକ୍ଷା କରିବାକୁ ଯାଇଥିଲେ । ଏହା ପରେ ୬୬ଜଣ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି। ଏବେ ଜାହାଜରୁ ଯାତ୍ରୀମାନଙ୍କୁ ଅବତରଣ କରିବାକୁ ଅନୁମତି ଦିଆଯିବ କି ନାହିଁ ସେ ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । ମୁମ୍ବାଇରୁ ଯାଇଥିବା ଉକ୍ତ ଜାହାଜଟି ‘ମୋର୍ମୁଗାଓ କ୍ରୁଜ୍‌ ଟର୍ମିନାଲ୍‌’ରେ ଲଙ୍ଗର୍‌ ପକାଇଛି। ଗୋଆରେ ଥିବା ଡକରେ ଲଙ୍ଗର୍‌ ପକାଇବାକୁ ‘ମୁମ୍ବାଇ ପୋର୍ଟ ଟ୍ରଷ୍ଟ୍‌’ ଉକ୍ତ କ୍ରୁଜ୍‌ ଜାହାଜକୁ ଅନୁମତି ଦେଇ ନ ଥିଲେ। ତେବେ ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ କ୍ରୁଜରେ କରୋନା ପରୀକ୍ଷା କରାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଅନ୍ୟପଟେ ମୁମ୍ବାଇରେ ଓମୀକ୍ରନ ସଂକ୍ରମଣ ରେ ରୋକ ଲାଗିପାରୁନାହିଁ , ନିଆଁ ଭଳି ବ୍ୟାପୁଛି ସଂକ୍ରମଣ । ମୁମ୍ବାଇରେ ୧୧ହଜାର ୮୭୭ କରୋନା ସଂକ୍ରମିତ ଚିହ୍ନଟ । ନୂଆ ସଂକ୍ରମଣ ସହ ମୁମ୍ବାଇର ଆକ୍ଟିଭ୍ କେସ ରହିଛି ୨୯ ହଜାର ୮୧୯ । ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୪୭ ହଜାର ୪୧୦ ନମୂନା ପରୀକ୍ଷା ହୋଇଥିଲା । ଏଥିରୁ ୮ହଜାର ୬୩ ପଜିଟିଭ୍ କେସ୍ ଆସିଛି ।

ସେହିଭଳି ଦେଶରେ ୨୪ ଘଣ୍ଟାରେ ୩୩ ହଜାର ୭୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୨୨.୫ ପ୍ରତିଶତ ବଢିଛି କରୋନା ସଂକ୍ରମଣ।

Leave A Reply

Your email address will not be published.