ଚୀନରେ ପୁଣି ଆବିଷ୍କାର ହେଲା ନୂଆ ଭୂତାଣୁ ‘ଲଙ୍ଗିଆ ହେନିପା ଭାଇରସ୍’ : ୩୫ ସଂକ୍ରମିତ ରୋଗୀ ଚିହ୍ନଟ

28

ଚୀନ ରେ ପୁଣି ଦେଖାଦେଇଛି ଆଉ ଏକ ପ୍ରକାର ନୂଆ ଭୁତାଣୁ ହେନିପା। ଚୀନ ର ଊହାନ ରୁ ବ୍ୟାପିଥିବା କରୋନା ର ବିପଦ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ଟଳି ନ ଥିବାବେଳେ ଆଉ ଏକ ନୂଆ ଭାଇରସ୍ (ନ୍ୟୁ ଲ୍ୟାଙ୍ଗିଆ ହେନିପାଭାଇରସ୍ ଇନ୍ ଚାଇନା) ସଂକ୍ରମଣ ଆରମ୍ଭ ହେଲାଣି I ମୁଖ୍ୟତଃ ଏହା ମୂଷା ଖାଇବା ଦ୍ୱାରା ମଣିଷ ଶରୀରକୁ ପ୍ରବେଶ କରିଥିବାର ଜଣI ପଡିଛି I
ପୂର୍ବ ଚୀନ୍‌ର ଶାଣ୍ଡୋଙ୍ଗ ପ୍ରଦେଶ ଏବଂ ମଧ୍ୟ ଚୀନ୍‌ର ହେନାନ ପ୍ରଦେଶରେ ଦେଖିବାକୁ ମିଳିଛି ଏବଂ ଏପର୍ଯ୍ୟନ୍ତ ଦୁଇ ପ୍ରଦେଶରେ ୩୫ ଜଣଙ୍କୁ ସଂକ୍ରମିତ କରିଛି । ଚାଇନା ଏବଂ ସିଙ୍ଗାପୁରର ବୈଜ୍ଞାନିକମାନଙ୍କ ଦ୍ୱାରା ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍‌ ମେଡିସିନ୍‌ରେ ଏହି ତଥ୍ୟ ପ୍ରକାଶ ପାଇଛି ।

ଏହି ନୂତନ ଜୀବାଣୁ ସମ୍ପର୍କରେ ଚାଇନାରେ ଚେତାବନୀ ଦିଆଯାଇଛି। ଏହା ମୂଷା ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ବ୍ୟାପିଛି । ଏହାର ନାମ ହେଉଛି ଲଙ୍ଗିଆ ହେନିପାଭାଇରସ୍ କିମ୍ବା ଲଙ୍ଗିଆ I ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାରେ ସମୁଦାୟ ୩୫ ଜଣ ସଂକ୍ରମିତ ରୋଗୀ ଚିହ୍ନଟ ହେଇସାରିଲେଣି । ଦି ତାଇପେଇ ଟାଇମ୍ସର ଖବର ଅନୁଯାୟୀ ଏ ପର୍ଯ୍ୟନ୍ତ ୩୫ ଜଣଙ୍କ ମଧ୍ୟରୁ କେହି ଗୁରୁତର ଅସୁସ୍ଥ ହୋଇନାହାଁନ୍ତି। କିମ୍ବା କେହି ମରି ନାହାଁନ୍ତି। ସମସ୍ତଙ୍କର ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଥାଏ I ଏହାର ତେବେ ମାନବ-ରୁ-ମାନବ ସଂକ୍ରମଣର ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ I
ଏହି ସଂକ୍ରମଣ ର ୨୬ ଟି କ୍ଷେତ୍ରରେ,ଲୋକମାନଙ୍କୁ ମୁଣ୍ଡବିନ୍ଧା, କାଶ, ଭୋକ କମିବା, ଶରୀରରେ ଯନ୍ତ୍ରଣା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଯାଇଥାଏ I ସେହିପରି ଗୁରୁତର ରୋଗୀଙ୍କଠାରେ ଶ୍ୱେତ ରକ୍ତକଣିକା ଓ ପ୍ଲେଟ୍ଲେଟ୍ ହ୍ରାସ, ଲିଭର ଓ କିଡନୀ ଖରାପ ହେବାଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ I ସିଡିସି ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଜୀବାଣୁ ମୂଷାଙ୍କଠାରୁ ମଣିଷକୁ ବ୍ୟାପିଛି। ଏପର୍ଯ୍ୟନ୍ତ କୌଣସି ମଣିଷ ଠାରୁ ମଣିଷକୁ ସଂକ୍ରମିତ ହୋଇଥିବା ସୂଚନା ମିଳିନାହିଁ। ଏପରି ପରିସ୍ଥିତିରେହେନିପା ଭାଇରସ୍‌ ପାଇଁ ବର୍ତ୍ତମାନ କୌଣସି ଟିକା କିମ୍ବା ଚିକିତ୍ସା ନାହିଁ ଏବଂ ଜଟିଳତା ପରିଚାଳନା ପାଇଁ ଏକମାତ୍ର ଚିକିତ୍ସା ହେଉଛି ସହାୟକ ଯତ୍ନ । ବର୍ତ୍ତମାନ ପର୍ଯ୍ୟନ୍ତ ଲଙ୍ଗିଆ ହେନିପା । ଏହି ଭାଇରସ୍‌ ବର୍ତ୍ତମାନ ସାଂଘାତିକ କିମ୍ବା ଗୁରୁତର ହୋଇନାହିଁ, ତେଣୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ପ୍ରଫେସର ୱାଙ୍ଗ ଲିନ୍ଫା କହିଛନ୍ତି ।

Comments are closed, but trackbacks and pingbacks are open.