ଭୁବନେଶ୍ୱର : ଆଉ ଲମ୍ବା ଗଡିବନି ମାମଲା । ତାରିଖ୍ ପେ ତାରିଖ ଯନ୍ତ୍ରଣାରୁ ମିଳିବ ମୁକ୍ତି । ସରକାରୀ ଓକିଲଙ୍କ ପାଇଁ ଗୃହ ବିଭାଗର ନୂଆ ଏସ୍ଓପି । ଫୌଜଦାରୀ ମାମଲାରେ ଅଯଥା ତାରିଖ ଗଡ଼ାଇବେନି, ଦେବେ ମାସିକିଆ ରିପୋର୍ଟ । ରାଜ୍ୟରେ ଲକ୍ଷ ଲକ୍ଷ ମାମଲା ନାଲି ଫିତା ତଳେ ରହିଥିବା ବେଳେ ତାକୁ କମାଇବାକୁ ନୂଆ ଏସଓପି ଆଣିଛନ୍ତି ରାଜ୍ୟ ସରକାର। ଏହି ଅନୁସାରେ ଯଦି ସାକ୍ଷୀ ଉପସ୍ଥିତ ଥାଆନ୍ତି ତାହେଲେ ଅଯଥାରେ ତାରିଖ ଘୁଞ୍ଚାଇବାକୁ ଆବେଦନ କରିବେ ନାହିଁ। ଦୁଇ ଥର ତାରିଖ ଘୁଞ୍ଚିଥିଲେ ଆଉ ତାରିଖ ଘୁଞ୍ଚାଯିବ ନାହିଁ। ସମାନ ତାରିଖରେ ଓକିଲଙ୍କର ଅନ୍ୟ କୋର୍ଟରେ କେସ୍ ଥିବା କାରଣ ଦର୍ଶାଇଲେ ଗ୍ରହଣ କରାଯିବ ନାହିଁ। ସାକ୍ଷୀ ପ୍ରସ୍ତୁତ ଥାଇ ମଧ୍ୟ ପ୍ରତିପକ୍ଷ ପ୍ରସ୍ତୁତ ନଥିଲେ କୋର୍ଟ ସାକ୍ଷୀଙ୍କ ବୟାନ ରେକର୍ଡ କରି ଜେରା କରିପାରିବେ। ଯୁକ୍ତି ଯୁକ୍ତ କାରଣ ନଦର୍ଶାଇ ତାରିଖ ପରେ ତାରିଖ ନେଲେ ସରକାରୀ ପକ୍ଷ କିମ୍ବା ଅଭିଯୁକ୍ତ ପକ୍ଷଙ୍କ ଉପରେ ଆର୍ଥିକ ଦଣ୍ଡ କରାଯାଇ ପାରିବ। ଏହାସହ ମାସିକ ରିପୋର୍ଟ ଦେବେ ସରକାରୀ ଓକିଲ। ମାମଲାର ବିବରଣୀ, ସ୍ଥଗିତ ମାମଲା ସଂଖ୍ୟା, ଉଠାଯାଇଥିବା କାରଣ, କୋର୍ଟଙ୍କ ନିର୍ଦ୍ଦେଶ ଏହି ରିପୋର୍ଟରେ ଉଲ୍ଲେଖ କରିବେ।
Comments are closed, but trackbacks and pingbacks are open.