ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ବିଭାଗ ଦ୍ୱାରା ନୂଆ ଯୋଜନା:ଆହତ ବ୍ୟକ୍ତି ଙ୍କୁ ମେଡିକାଲ ନେଲେ ପୁରସ୍କୃତ ହେବେ

28

ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ନୂଆ ଯୋଜନା ଅନୁସାରେ ରାସ୍ତା ଦୁର୍ଘଟଣାରେ ଗୁରୁତ୍ତର ବ୍ୟକ୍ତି ଙ୍କୁ, ଯେଉଁ ବ୍ୟକ୍ତି ନେଇ ହସ୍ପିଟାଲ ପହଂଚାଇଥିବ ତାଙ୍କୁ କାରାଯିବ ପୁରସ୍କୃତ ଇ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଏହା ଘୋଷଣା କାରାଯାଇଛି ଇ ଏଥିପାଇଁ ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଳାୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ।
ଏହି ଚିଠିରେ କୁହାଯାଇଛି ଯେ, ଏହି ଯୋଜନା ୨୦୨୧ ଅକ୍ଟୋବର ୧୫ରୁ ଲାଗୁ କରାଯିବ। ୨୦୨୬ ମାର୍ଚ୍ଚ ୩୧ ଯାଏଁ ଏହି ଯୋଜନା ଚାଲିବ। ଏଥିପାଇଁ ମନ୍ତ୍ରାଳୟ ସୋମବାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏହି ଯୋଜନା ଦ୍ଵାରା ଲୋକମାନେ ଦୁର୍ଘଟଣାରେ ଶିକାର ହୋଇଥିବା ଆହତଙ୍କୁ ଅଧିକରୁ ଅଧିକ ସହାୟତା କରିବା ପାଇଁ ପ୍ରେରିତ ହେବେ। ସହାୟତା କରିଥିବା ବ୍ୟକ୍ତିଙ୍କୁ ପୁରସ୍କାର ରାଶି ମିଳିବା ସହ ପ୍ରମାଣ ପତ୍ର ମିଳିବ।
ଦେଶରେ ପ୍ରତିଦିନ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଉଛି । ଖାସ୍‌ କରି କିଛି ଲୋକଙ୍କ ଠିକଣା ସମୟରେ ଚିକିତ୍ସା ପାଇ , ସେହିପରି ରାସ୍ତାକଡ଼ରେ ପଡି ମୃତ୍ୟୁ ହୋଇଯାଉଛି । ଯଦି ସେମାନଙ୍କୁ ଠିକ୍‌ ସମୟରେ ମେଡିକାଲରେ ଭର୍ତ୍ତି କରାଯିବ। ହୁଏତ ସେମାନଙ୍କୁ ଜୀବନ ବଞ୍ଚାଯାଇପାରିବ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି ନୂଆ ଯୋଜନା ଆରମ୍ଭ କରିଛନ୍ତି ।

ସେହିପରି ଏହି ପୁରସ୍କାର ବ୍ୟତୀତ ରାଷ୍ଟ୍ରୀୟ ସ୍ତରରେ ୧୦ ଜଣ ଟପ୍ ସହାୟକଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ। ଏଥିପାଇଁ ମନ୍ତ୍ରାଳୟ ପକ୍ଷରୁ ଏକ ୱେବ୍ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହି ପୋର୍ଟାଲରେ ପ୍ରତି ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା କରୁଥିବା ଲୋକଙ୍କ ସମ୍ପୂର୍ଣ୍ଣ ତଥ୍ୟ ଅପଲୋଡ କରାଯିବ। ଏହା ସହ ପୋଲିସ ଓ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ଏଥିରେ ତଥ୍ୟ ଅପଲୋଡ କରିପାରିବେ। ଏହା ସହ ସହାୟତା କରିଥିବା ଲୋକଙ୍କୁ ଜୋର ଜବରଦସ୍ତ ପୋଲିସ ଥାନାକୁ ଡାକି ପାରିବ ନାହିଁ କି ସାକ୍ଷୀ ଦେବା ପାଇଁ ବାଧ୍ୟ କରିପାରିବ ନାହିଁ ବୋଲି ଏଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି I

Leave A Reply

Your email address will not be published.