ନୂଆ ଭୋଟର ରେଜିଷ୍ଟ୍ରେସନ ପାଇଁ ନୂଆ ନିୟମ

15

ନୂଆଦିଲ୍ଲୀ: ନୂଆ ଭୋଟରଙ୍କ ଲାଗି ନିର୍ବାଚନ ଆୟୋଗ ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ନୂଆ ନିୟମ ଲାଗୁ କରିଛନ୍ତି। ଏବେ ଫର୍ମ-୬ ପୂରଣ କରୁଥିବା ଆବେଦନକାରୀଙ୍କୁ ନିଜ ପିତାମାତଙ୍କ ଏସଆଇଆର ସମ୍ପର୍କିତ ସୂଚନା ମଧ୍ୟ ଦେବାକୁ ପଡିବ। ଯଦି ଅନଲାଇନ ଆବେଦନ କାଳରେ ଏହି ଘୋଷଣାପତ୍ର ପୂରଣ ନ କରାଯାଏ ତେବେ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ ହୋଇପାରିବ ନାହିଁ। ଆୟୋଗଙ୍କ ଅନୁସାରେ ଯଦି ପିତାମାତା ଏସଆଇଆର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ତେବେ ଆବେଦନକାରୀଙ୍କୁ ସେମାନଙ୍କ ବିଧାନସଭା ନିର୍ବାଚନମଣ୍ଡଳି, ପୋଲିଂ ବୁଥ (ପାର୍ଟ ନମ୍ବର) ଓ ଭୋଟର ଲିଷ୍ଟରେ ଥିବା କ୍ରମାଙ୍କର ସୂଚନା ଦେବାକୁ ପଡିବ। ଯଦି ପିତାମାତା ଏସଆଇଆରରେ ସାମିଲ ନଥିଲେ ତେବେ ଏହାର ବିକଳ୍ପ ଚୟନ କରି ଯଦି ସେମାନଙ୍କ ନାମ ଉପଲବ୍ଧ ଥାଏ ତେବେ ଇପିଆଇସି କ୍ରମାଙ୍କ ନମ୍ବର ଦେବାକୁ ପଡିବ। ଏହି ନିୟମ ପାଇଁ ୧୯୬୦ ମସିହାର ଭୋଟର ପଞ୍ଜୀକରଣ ନିୟମାବଳୀରେ କୌଣସି ଆନୁଷ୍ଠାନିକ ସରକାରୀ ଗେଜେଟ୍ ସଂଶୋଧନ କରାଯାଇ ନାହିଁ, ବରଂ କମିସନଙ୍କ ସ୍ବତନ୍ତ୍ର ପ୍ରଶାସନିକ ନିର୍ଦ୍ଦେଶନାମା ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ନୂତନ ନିୟମ ଯୋଗୁଁ ଆବେଦନକାରୀଙ୍କ ପରିଚୟ ସହଜରେ ଯାଞ୍ଚ କରାଯାଇପାରିବ ଏବଂ ଏଥିପାଇଁ ଅଧିକ ଦସ୍ତାବିଜ୍ ଦେବା ଆବଶ୍ୟକତା କମିଯିବ |

Comments are closed, but trackbacks and pingbacks are open.