ଭୁବନେଶ୍ବର: ପବିତ୍ର ନୂଆଁଖାଇ ଅବସରରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ନୂଆ ଧାନ ଆସିଛି। ଆସନ୍ତା ୨୮ ତାରିଖ ଦିନ ୧୦ଟା ୩୩ ମିନିଟରୁ ୧୦ଟା ୫୫ ମିନିଟ୍ ମଧ୍ୟରେ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ଦେବୀଙ୍କୁ ଅର୍ପଣ କରାଯିବ। ଏଥିପାଇଁ ବଲବସପୁରର ଚାଷୀ ସୁଭାଷ ବେହେରା ଏବଂ ତାଙ୍କ ପରିବାର ମନ୍ଦିରକୁ ନୂଆ ଧାନ ପ୍ରଦାନ କରିଛନ୍ତି। ବର୍ଷର ପ୍ରଥମ ଉତ୍ପାଦିତ ନୂଆ ଧାନରୁ ନୈବେଦ୍ୟ ଅର୍ପଣ କରିବାର ବିଧି ରହିଛି । ଏଥିପାଇଁ ସେ କିଛିବର୍ଷ ହେବ ମା’ଙ୍କ ପାଖରେ ନୂଆଧାନ ଦେଇ ଆସୁଥିବା ଶ୍ରୀ ବେହେରା କହିଛନ୍ତି।
Comments are closed, but trackbacks and pingbacks are open.