ଶ୍ରଦ୍ଧା ୱାକର୍ ହତ୍ୟା ମାମଲାରେ ନୂଆ ଖୁଲାସା, ଶ୍ରଦ୍ଧାଙ୍କୁ ଦୈନିକ ପିଟୁଥିଲା ଅଫ୍‌ତାବ୍‌

25

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର୍ ହତ୍ୟା ମାମଲାରେ ଏବେ ଏକ ନୂଆ ଖୁଲାସା ହୋଇଛି । ଶ୍ରଦ୍ଧାଙ୍କ ଏକ ଫଟୋ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କ ମୁହଁରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି । ଏହି ଫଟୋଟି ୨୦୨୦ର ବୋଲି କୁହାଯାଉଛି । ଫଟୋରେ ଗାଲ, ଗଳା ଏବଂ ନାକରେ ଆଘାତ ଚିହ୍ନ ସ୍ପଷ୍ଟ ଭାବେ ଦେଖାଯାଉଛି । ଏହି ଫଟୋରୁ ଶ୍ରଦ୍ଧା ସହିତ ଅଫ୍‌ତାବ କିପରି ବ୍ୟବହାର କରୁଥିଲା ତାହା ସ୍ପଷ୍ଟ ଜଣାପଡ଼ୁଛି । ଏତିକି ନୁହେଁ ମୁମ୍ବାଇର ଏକ ହସ୍ପିଟାଲ୍‌ର ୨୦୨୦ ମେଡିକାଲ୍ ଡକ୍ୟୁମେଣ୍ଟ୍‌ରୁ ଶ୍ରଦ୍ଧାଙ୍କୁ ସେହିବର୍ଷ ଡିସେମ୍ବରରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସେଠାରେ ତାଙ୍କର ତିନିଦିନ ଧରି ଚିକିତ୍ସା ହୋଇଥିଲା । ସେତେବେଳେ ଶ୍ରଦ୍ଧା ଡାକ୍ତରଙ୍କୁ କହିଥିଲେ, ମାରପିଟ କିମ୍ବା ପଡ଼ିଗଲେ ଏପରି ଆଘାତ ଲାଗିଥାଏ । ଓଜୋନ୍ ମଲ୍ଟିସ୍ପେଶାଲିଷ୍ଟ ହସ୍ପିଟାଲ୍‌ର ଡାକ୍ତର ଶିବପ୍ରସାଦ ସିନ୍ଦେ କହିଛନ୍ତି, ସେ ଡିସେମ୍ବର ୩ରୁ ତିନିଦିନ ଧରି ଶ୍ରଦ୍ଧାଙ୍କ ଚିକିତ୍ସା କରିଥିଲେ । ଡିସେମ୍ବର ୬ରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା ଏବଂ ଫଲୋଅପ୍ ପାଇଁ ତାଙ୍କୁ କୁହାଯାଇଥିଲା । ମାତ୍ର ସେ ଆଉ ଆସିନଥିଲେ । ଡାକ୍ତର କହିଛନ୍ତି, ଶ୍ରଦ୍ଧାଙ୍କର ଇଣ୍ଟରନାଲ୍ ଇନ୍‌ଜୁରୀ ହୋଇଥିଲା । ତାଙ୍କ ଶରୀରର ବାହାରେ କୌଣସି ଆଘାତ ଚିହ୍ନ ନଥିଲା ।

Comments are closed, but trackbacks and pingbacks are open.