ଖୋର୍ଦ୍ଧା ରାଜନୀତିର ନୂଆ ମୋଡ, ବିଜେପିରେ ମିଶିଲେ ବିଧାୟକ ଜିତୁ ମିତ୍ର

231

ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ଲୋକସଭା ପ୍ରଚାରର ଶେଷ ଦିନ। ଏହି ଶେଷ ଦିନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ରାଜନୀତି ଏକ ରୋଚକ ମୋଡ ନେଇଛି। ଖୋର୍ଦ୍ଧାର ବିଜେଡି ବିଧାୟକ ଜିତୁ ମିତ୍ର ଆଜି ବିଜେପିରେ ସାମିଲ ହୋଇଛନ୍ତି। ତାହା ପୁଣି ଏକ ଭିନ୍ନ ଢଙ୍ଗରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଆଜି ଶେଷଦିନରେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ରୋଡ ସୋ କରୁଥିବା ବେଳେ ସେଥିରେ ସାମିଲ ହୋଇଥିଲେ ଜିତୁ। ଖୋର୍ଦ୍ଧାରେ ବିଜେଡିରୁ ପୁଣି ଥରେ ଟିକେଟ ପାଇବେ ବୋଲି ଜିତୁ ମିତ୍ର ଆଶା କରିଥିଲେ। ହେଲେ ଦଳ ରାଜେନ୍ଦ୍ର ସାହୁଙ୍କୁ ଟିକେଟ ଦେଇଥିଲା। ତେବେ ସେ ବିଜେଡି ଛାଡିବେ ନାହିଁ ବୋଲି କହିଥିଲେ ମଧ୍ୟ ରାଜେନ୍ଦ୍ରଙ୍କ ପ୍ରଚାରରେ ସାମିଲ ହୋଇ ନ ଥିଲେ। ହେଲେ ଆଜି ହଠାତ ବିଜେପି ରାଲିରେ ସାମିଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଜି ସେ ଅପରାଜିତା ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

Comments are closed, but trackbacks and pingbacks are open.