ନୂଆ ବର୍ଷ ଓ ଖ୍ରୀଷ୍ଟମାସ ପାଇଁ ଆସିବ ନୂଆ ଗାଇଡଲାଇନ୍ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

15

ଆଗକୁ ଆସୁଛି ନୂଆବର୍ଷ ଓ ଆଉ ଦୁଇ ଦିନ ପରେ ପାଳନ ହେବାକୁ ଯାଉଛି ଖ୍ରୀଷ୍ଟମାସ I ଏହି ସମୟରେ ରାଜ୍ୟରେ ଦେଖାଦେଲାଣି ଓମିକ୍ରନ୍ ସଂକ୍ରମଣ ର ଭୟ । ତେଣୁ ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଳନ ରେ ଯେପରି ଲୋକେ ବହୁମାତ୍ରାରେ ଏକାଠି ନହୁଅନ୍ତି, ଏବଂ ସଂକ୍ରମଣ ନବଢୁ ସେନେଇ ଲାଗୁ ହେବ ନୂଆ ଗାଇଡ଼ ଲାଇନ I ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କଟକଣା ବଢାଇବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଦାଇତ୍ୱ ଦିଆଯାଇଛି । ସ୍ଥିତି ଦେଖି କଟକଣା କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ତୁରନ୍ତ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି ଲୋକଙ୍କ ଠାରେ ସଂକ୍ରମଣ ଲକ୍ଷଣ ଦେଖାଦେଲେ ଜିନମ ସିକ୍ୱେନ୍ସିଂ ହେବ । ସେହିପରି ହଷ୍ଟେଲରେ ପିଲାଙ୍କ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼. ନିରଞ୍ଜନ ମିଶ୍ର I

Leave A Reply

Your email address will not be published.