ରାଜଧାନୀ ଦିଲ୍ଲୀରେ ନୂଆ କରୋନା ସଂକ୍ରମଣ ବଢ଼ିଲା

18

ରାଜଧାନୀ ଦିଲ୍ଲୀରେ ପୁଣି ଥରେ ବୃଦ୍ଧି ପାଇଲାକରୋନା ସଂକ୍ରମଣ ଇ ରବିବାର ୪୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ସୁସ୍ଥ ହୋଇଛନ୍ତି କିନ୍ତୁ କୌଣସି ରୋଗୀଙ୍କ ମୃତ୍ୟୁ ହୋଇନାହିଁଦିଲ୍ଲୀ I ସେହିପରି ଦିଲ୍ଲୀରେ ଗତ ସପ୍ତାହରେ ଅଧିକ ୩୦ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି I
ରାଜଧାନୀ ଦିଲ୍ଲୀରେ ଏବେ ସୁଦ୍ଧା ୧୪,୪୦୧୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪,୧୪,୬୬୨ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି । ୨୫୦୯୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଦିଲ୍ଲୀରେ କରୋନା ମୃତ୍ୟୁ ହାର ୧.୭୪ ପ୍ରତିଶତ ରହିଛି । ଏବେ ସେଠାରେ ୩୬୫ ସକ୍ରିୟ କରୋନା ମାମଲା ରହିଛି । ୧୫୭ ଜଣ ବିଭିନ୍ନ

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆଇସୋଲେସନ୍‌ରେ ୧୬୧ ଜଣ ଥିବା ଜଣାପଡ଼ିଛି ।
ଅନ୍ୟପଟେ ନଭେମ୍ବର ୧ରେ ୮୬ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଥିବା ବେଳେ ଏହାର ସଂଖ୍ୟା ବଢ଼ି ନଭେମ୍ବର ୭ ବେଳକୁ ୧୧୬‌ରେ ପହଞ୍ଚିଛି। ନଭେମ୍ବର ପହିଲାରେ ସଂକ୍ରମଣ ହାର ୦.୦୪ ପ୍ରତିଶତ ଥିବା ବେଳେ ଏବେ ୦.୧୧ ପ୍ରତିଶତ ରହିଛି । ଏହା ସହ ଏହି ସବୁ ଅଞ୍ଚଳରେ କଟକଣା ସାମାନ୍ୟ ବୃଦ୍ଧି ପାଇଥିବା କୁହାଯାଉଛି।

ତେବେ ଲୋକେ ମାସ୍କ ପିନ୍ଧୁନଥିବା ଲୋକେ ଫାଇନ ଗଣୁଛନ୍ତି। ଏହି ସବୁ ଅଞ୍ଚଳ ସହ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ଚିହ୍ନଟ କରାଯାଇ ଯାଞ୍ଚ କରାଯାଉଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜଣାଇ ଦିଆଯାଇଛି I

Leave A Reply

Your email address will not be published.