ନବମ ଓ ଦଶମ ଶ୍ରେଣୀ ବହିରେ ନୂଆ ବିଷୟବସ୍ତୁ : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି

34

ଭୁବନେଶ୍ୱର : ୩୧-୦୭-(ପି.ଏନ.ଏ) ନବମ ଓ ଦଶମ ଶ୍ରେଣୀ ବହିରେ ପଢ଼ାଯିବ ନୂଆ ବିଷୟବସ୍ତୁ । ବିିପର୍ଯ୍ୟୟ ଓ ମହାମାରୀ ପରିଚାଳନା ପାଠ ପଢିବେ ଛାତ୍ରଛାତ୍ରୀ । ଏନେଇ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଭୂଗୋଳ ଓ ଜୀବ ବିଜ୍ଞାନ ବହିରେ ଏହି ଦୁଇଟି ବିଷୟବସ୍ତୁ ରହିବ । ଚଳିତ ବର୍ଷ ଠାରୁ ଏହି ଦୁଇ ନୂଆ ବିଷୟ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ।

ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ଏହି ବିଷୟବସ୍ତୁ ସ୍ଥାନ ପାଇଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ନୂତନ ପାଠ୍ୟକ୍ରମ ବୋର୍ଡ େଓ୍ଵବସାଇଟରେ ଉପଲବ୍ଧ ହୋଇଛି। www.bseodisha.ac.in ଲଗ୍‌ ଇନ୍‌ କରି ନୂତନ ବିଷୟବସ୍ତୁ ଜାଣିହେବ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି ବୋର୍ଡ।

Comments are closed, but trackbacks and pingbacks are open.