କେନ୍ଦ୍ର ର ନୂଆ କୋଭିଡ ଗାଇଡଲାଇନ୍ : ଆକ୍ରାନ୍ତ ଙ୍କ ଚିକିତ୍ସାରେ ‘ଷ୍ଟେରଏଡ’ ନିଷେଧ ୨ରୁ ୩ ସପ୍ତାହ ଧରି କାଶ ରହିଲେ ଯକ୍ଷ୍ମା ପରୀକ୍ଷା କରିବାକୁ ପରାମର୍ଶ

0 21

ସମଗ୍ର ଦେଶରେ କରୋନା ଏବଂ ଓମିକ୍ରୋନର ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କ୍ଲିନିକାଲ ଗାଇଡଲାଇନରେ ସଂଶୋଧନ କରିଛନ୍ତି। ଏହି ନୂଆ ଗାଇଡଲାଇନ ଜାରି କରି ସରକାର ଡାକ୍ତରମାନଙ୍କୁ ନିର୍ଦେଶ ଦେଇଛନ୍ତି ଏଣିକି କୋଭିଡ ରୋଗୀଙ୍କ ଚିକିତ୍ସାରେ ଷ୍ଟେରଏଡ ବ୍ୟବହାର କରାଯିବ ନାହିଁ । ଏହି ନୂଆ ଗାଇଡଲାଇନକୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS), ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) -କୋଭିଡ -19 ନ୍ୟାସନାଲ ଟାସ୍କଫୋର୍ସ ଏବଂ ମିଳିତ ମନିଟରିଂ ଗ୍ରୁପ (ଡିଜିଏଚଏସ) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଜାରି କରିଛି। ସେହିପରି ନୂଆ ଗାଇଡଲାଇନରେ କୁହାଯାଇଛି କି ଆକ୍ରାନ୍ତଙ୍କ କାଶ ସମସ୍ୟା ଯଦି ୨ରୁ ୩ ସପ୍ତାହ ଯାଏ ଲାଗି ରହୁଛି ସେମାନେ ଟିବି ବା ଯକ୍ଷ୍ମା ଟେଷ୍ଟ କରାନ୍ତୁ । କରୋନା ଆକ୍ରାନ୍ତଙ୍କୁ ଷ୍ଟେରୋଏଡ ନ ଦିଅନ୍ତୁ ଡାକ୍ତର । କାରଣ ଷ୍ଟେରୋଏଡ ବ୍ୟବହାର ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ରୋଗ ସୃଷ୍ଟି କରୁଛି । କରୋନାର ଅତ୍ୟଧିକ ଲକ୍ଷଣ ଅଧିକ ଦେଖାଗଲେ ଆକ୍ରାନ୍ତମାନଙ୍କୁ ସିଟି ସ୍କାନ ଓ ରକ୍ତ ନମୂନା ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ଜ୍ୱର ହେଲେ ଓ ଶ୍ୱାସଜନିତ ସମସ୍ୟା ଦେଖାଗଲେ ନାଜାଲ ସ୍ପ୍ରେ ବି ବ୍ୟବହାର କରିପାରିବେ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ନହେଲେ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ଅକ୍ସିଜେନ ସ୍ତର ୯୩ ତଳକୁ ରହିଲେ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇପାରିବେ । ୯୦ ତଳକୁ ରହିଲେ ତୁରନ୍ତ ଭର୍ତ୍ତି କରିବାକୁ ପରାମର୍ଶ ଦିଆଯାଇଛି । ଗୁରୁତରଙ୍କୁ ରେମଡେସିଭିର ଦିଆଯିବ । ତେବେ ବିନା ଅକ୍ସିଜେନ ସହାୟତା ଓ ଘରେ ଥିବା ରୋଗୀଙ୍କୁ ଏହା ଦିଆଯାଇପାରିବନି । ଏମ୍ସ, ଆଇସିଏମଆର ଓ ଦେଶର କୋଭିଡ ୧୯ ଟାକ୍ସ ଫୋର୍ସ ପକ୍ଷରୁ ମିଳିତଭାବେ ପ୍ରାପ୍ତ ବୟସ୍କ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ନୂଆ ଗାଇଡଲାଇନ ଜାରି କରିଛନ୍ତି । ୫ଦିନରୁ ଅଧିକ ଦିନ ଜ୍ୱର ରହିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

Leave A Reply

Your email address will not be published.