୧୨୪୮ ଜଣ ନବନିଯୁକ୍ତ ପାଇବେ ନିଯୁକ୍ତି ପତ୍ର

188

ଭୁବନେଶ୍ଵର:- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ପ୍ରମୁଖ ୭ ବିଭାଗର ନୂତନ ଭାବେ ମନୋନୀତ ୧୨୪୮ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ଭୁବନେଶ୍ଵର ଚନ୍ଦ୍ରଶେଖରପୁର ରେଳ ଅଡ଼ିଟୋରିୟମ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୮୨୬, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୭୮ଙ୍କୁ ମିଳିବ ନିଯୁକ୍ତି ପତ୍ର । ସେହିପରୀ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୮୧, ବାଣିଜ୍ୟ ଏ ପରିବହନ ବିଭାଗରେ ୬୩, ପଞ୍ଚାୟତିରାଜ ବିଭାଗରେ ୪୯ ଜଣଙ୍କୁ ମିଳିବ ନିଯୁକ୍ତି । ଏହା ସହ ଅବକାରୀ ବିଭାଗରେ ୩୨ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗରେ ୧୯ ଜଣଙ୍କୁ ମିଳିବ ନିଯୁକ୍ତି ।.

Comments are closed, but trackbacks and pingbacks are open.