ଏହି ଗଛକୁ କଦାପି ଘରେ ଲଗାନ୍ତୁ ନାହିଁ

0 28

ଗଛ ଲଗାଇବାକୁ ସମସ୍ତେ ଭଲପାଆନ୍ତି I କିଛି ଗଛ ଲଗାଇବାଦ୍ୱାରା ଘରେ ସକାରାତ୍ମକ ପ୍ରଭାବ ପଡିଥାଏ ଇ ଅନ୍ୟ କେତେକ ଗଛ ଯେଉଁ ଗୁଡିକୁ ରୁମ ଭିତରେ ଲଗାଯାଇଥାଏ ତାହା ଶୁଦ୍ଧ ଅମ୍ଳଜାନ ପାଇଁ ହୋଇଥାଏ I ଏହାକୁ ( Oxygen plant) କୁହାଯାଏ I ଧାର୍ମିକ ଦୃଷ୍ଟିରୁ ଦେଖିଲେ ତୁଳସୀ ଗଛ ପୂଜା କରିବା ସହିତ ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ I ସେହିଭଳି ଶୀତଦିନେ ଅଧିକ ମାତ୍ରାରେ ଫୁଟୁଥିବା ଗେଣ୍ଡୁ ଫୁଲ ମଧ୍ୟ ପରିବେଶ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ I ଗେଣ୍ଡୁ ଫୁଲ ବା ପତ୍ରରୁ ଏକପ୍ରକାର ବାସ୍ନା ବାହାରିଥାଏ ଯାହାକି ମଶା ଦାଉରୁ ଘରକୁ ରକ୍ଷା କରିଥାଏ I ଏହାକୁ ଘରର ଝରକା ବା ବାଲକୋନୀରେ ଲଗାଇଲେ ମଶା ଘର ଭିତରକୁ ପଶି ପାରି ନ ଥାନ୍ତି I
ଅନ୍ୟପଟେ ଦେଖିବାକୁ ଗଲେ ଏହିପରି କେତେକ ଗଛ ଅଛି ଯେଉଁ ଗୁଡିକୁ ଲଗାଇଲେ ବାସ୍ତୁ ଦୃଷ୍ଟିରୁ ଘର ପ୍ରତି ଅଶୁଭ ହେବା ସହ ପରିବେଶ ଉପରେ ନ କାରାତ୍ମକ ପ୍ରଭାବ ପକାଇ ଥାଏ I ଏହା ସହିତ ଏହି ଗଛ ମାନଙ୍କରେ କୌଣସି କୁ ଶକ୍ତି ବା ଅଶରିରୀ ବାସ କରିଥାନ୍ତି I ବାସ୍ତୁ ଶାସ୍ତ୍ରରେ ଏହି ଗଛ ଗୁଡିକ ଘରେ ଲଗାଇବା କଡା ନିଷେଧ ରହିଛି I ଆସନ୍ତୁ ଜାଣିବା ଏହି ଗଛ ଗୁଡିକ ବିଷୟରେ :

ତେନ୍ତୁଳି ଗଛ
ଆଚାର ଖାଇବା ପାଇଁ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ପାଟିରୁ ଲାଲ ଗାଡ଼ିଥାଏ I ଆଉ ଯଦି ଏହା ତେନ୍ତୁଳିଆଟାର ହୋଇଥାଏ ତ ତା ହେଲେ ମଜା ଦି ଗୁଣା ବଢିଯାଏ I ତେନ୍ତୁଳି ରୋଷେଇ ଘରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ମାଡି ବସିଛି I ତେବେ ତେନ୍ତୁଳି ବା ତେନ୍ତୁଳି ଗଛ ଯେତେ ଭଲ ଉପଯୋଗୀ ହେଉନା କାହିଁକି, ଏହି ଗଛକୁ କଦାପି ଘରେ ଲଗାଇବା ଉଚ୍ଚିତ ନୁହେଁ I ଯଦି ଘର ସାମ୍ନାରେ ଏହି ତେନ୍ତୁଳି ଗଛ ରହିଥାଏ ତେବେ ତାହା ତୁରନ୍ତ କାଟି ଦିଅନ୍ତୁ ,ବାସ୍ତୁ ଅନୁସାରେ ଏହିଗଛ ଘର ପ୍ରତି ଅତ୍ୟନ୍ତ ଅଶୁଭ ହେବା ସହିତ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପାଇଥାଏ I ତା ସହିତ ଏହି ଗଛରେ ଅଶରିରୀ ମାନେ ବାସ କରିଥାନ୍ତି ବୋଲି କୁହାଯାଇଥାଏ I ଏହି ଗଛକୁ ଘରେ ନ ଲଗାଇ କୌଣସି ମନ୍ଦିର ବା ସର୍ବସାଧାରଣ ସ୍ଥାନରେ ଲଗାନ୍ତୁ I
ଅଁଳା :
ଅଁଳା ଗଛ ଦୁଇ ପ୍ରକାର ଥାଏ I ଗୋଟିଏ ହେଉଛି ବାଡ଼ି ଅଁଳା ଏବଂ ଅନ୍ୟଟି ହେଉଛି ବଣ ଅଁଳା ବାଡ଼ି ଅଁଳା ବିଲକୁଲ ଛୋଟ ଫଳ ହୋଇଥାଏ ଏବଂ ଖାଇବାକୁ ଖଟାମିଠା ଲାଗେ ଇ ଏହି ଗଛକୁ ଅବଶ୍ୟ ପୂଜା କରହିଥାଏ I ଏଥିରେ ମା ଲକ୍ଷ୍ମୀ ଙ୍କର ବାସ ଥାଏ ବୋଲି କୁହାଯାଏ ଇ ତେଣୁ ମାଣବସା ଗୁରୁବାର ରେ ବାଡ଼ି ଅଁଳା ଡାଳ ପୂଜାରେ ବ୍ୟବହାର ହୋଇଥାଏ ଇ କିନ୍ତୁ ଯେଉଁ ଅଁଳା ଫଳ ତା ବଡ଼ ହୋଇଥାଏ ଅବଶ୍ୟ ଏହା ସ୍ୱାସ୍ଥ୍ୟ ତଥା ଚୁଟି ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ I କିନ୍ତୁ ବାସ୍ତୁବିତ ଙ୍କ ମତରେ ବଣ ଅଁଳା କୁ କେବେବି ବାଡ଼ି ଭିତରେ ଲଗାନ୍ତୁ ନାହିଁ I ଏହା ପରିବେଶ ଉପରେ ଖରାପ ପ୍ରଭାବ ପକାଇବା ସଂଗେ ଏଥିରେ ଅଶରିରୀ ମାନେ ବାସ କରି ଥାନ୍ତି I
ଦୁର୍ଭାଗ୍ୟ କୁ ଆମନ୍ତ୍ରିତ କରିଥାଏ କପା ତୁଳା ଗଛ I
ବାସ୍ତୁ ଶାସ୍ତ୍ର ରେ କପା ତୁଳା ଗଛ ଘର ପାଇଁ ଅତ୍ୟନ୍ତ ଖରାପ ବା ଅଶୁଭ ବୋଲି କୁହାଯାଏ | ଏହି ଗଛ ଟି ଦେଖିବାକୁ ଯେତେ ହେଇଥାଉ ନ କାହିଁକି ଏହି ଗଛ ଲଗାଇବା ଦ୍ୱାରା ଘରେ ଦୁର୍ଭାଗ୍ୟ ସୃଷ୍ଟି କରେ ଇହ ଦ୍ୱାରା ଘରେ ଆର୍ଥିକ ସମସ୍ୟା ଉତ୍କଟ ପରିସ୍ଥିରେ ପହଂଚିଥାଏ I ଏବଂ ପରିବାରକୁ ଦାରିଦ୍ର୍ୟ ଆଡକୁ ନେଇଥାଏ ଇ ତେଣୁ ଘରେ ବା ସାମ୍ନାରେ ହେଉ କି ଆଖ ପାଖରେ କୌଣସି ସ୍ଥାନରେ ଏହି ଗଛ କୁ ଉପାଡି ଦିଅନ୍ତୁ ଇ ଘରେ ନିଶ୍ଚୟ ସକାରତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ I
ବବୁଲ ଗଛ
ଆକାସିଆ ବା ବବୁଲ ଗଛ କୁ ହଠାତ୍ ଘରେ ଏବଂ ଘରର ଚାରିପାଖରେ ଲଗାଯିବା ଉଚିତ୍ ନୁହେଁ I ଏହିଗଛ ର ଉପସ୍ଥିତି ଘରେ ପ୍ରାୟ ଝ ଗଡ଼ା ସୃଷ୍ଟି କରିବା ଏବଂ ସଦସ୍ୟମାନଙ୍କୁ ମାନସିକ ସ୍ତରରେ ଅସୁସ୍ଥ କରିବା ପାଇଁ ଯଥେଷ୍ଟ I ସଦସ୍ୟ ମାନଙ୍କର ମାନସିକ ସ୍ଥିତି ଠକ ରହି ନଥାଏ I ତେଣୁ ତୁରନ୍ତ ଏହି ଗଛ କୁ ଓପାଡି ଦିଅନ୍ତୁ Iମଞ୍ଜୁଆତି ଗଛ ବା ମେହେନ୍ଦି ଗଛ
ଘରର ଚାରିପାଖରେ ମେହେନ୍ଦି ଗଛ ଲଗାଯିବା ଉଚିତ୍ ନୁହେଁ I ଏହି ଗଛରେ ରେ ଆତ୍ମା ବା ଅଶରିରୀ ​​ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ Iତେଣୁ ଏହି ଗଛ ନକାରାତ୍ମକତା ଆଣିଥାଏ I ଯଦି ଆପଣ ଏକ ସୁଖମୟ ଜୀବନ ଚାହାଁନ୍ତି ତେବେ ଏହି ଗଛକୁ କଦାପି ଘରେ ଲଗାନ୍ତୁ ନାହିଁ ଇ ଏହାବାଦ ଘରେ କିମ୍ବା ଘର ସାମ୍ନାରେ ସାହାଡ଼ା ଗଛ ଲଗାଇବା ଠାରୁ ଦୂରେଇ ରୁହନ୍ତୁ I ଏହା ମଧ୍ୟ ଘରକୁ ନକରାତ୍ମକତା ଟାଣି ଆଣିଥାଏ I

Leave A Reply

Your email address will not be published.