ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇର NESCO ଗ୍ରାଉଣ୍ଡରେ ଚାଲିଥିବା ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ ପାଳନ ଅବସରରେ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଚମତ୍କାର ବାଲୁକା କଳାକୁ ପ୍ରଶଂସା ମଧ୍ୟ କରିଥିଲେ। ଚଳିତ ବର୍ଷ ସୁଦର୍ଶନ ପ୍ରସିଦ୍ଧ ବାଲି ଯାତ୍ରା ଥିମ୍ “ଓଡିଶାରୁ ଇଣ୍ଡୋନେସିଆ: ଐତିହ୍ୟ ଯାତ୍ରା” ଶୀର୍ଷକରେ ଭାରତର ପ୍ରାଚୀନ ସାମୁଦ୍ରିକ ଐତିହ୍ୟକୁ ଦର୍ଶାଇଛନ୍ତି। ଓଡିଶାରୁ ଆସିଥିବା ସୁଦର୍ଶନଙ୍କ ସୃଜନଶୀଳତାରେ ମୋଦି ପ୍ରଭାବିତ ହୋଇଥିଲେ ଓ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଅବଦାନକୁ ସେ ପ୍ରଶଂସା କରିଥିଲେ। ତେବେ ଭାରତ ସାମୁଦ୍ରିକ ସପ୍ତାହରେ ପ୍ରଧାନମନ୍ତ୍ରୀ ଜାହାଜ ଏବଂ ଜାହାଜ ନିର୍ମାଣ କ୍ଷେତ୍ର ପାଇଁ ଅନେକ ପ୍ରମୁଖ ପଦକ୍ଷେପର ଉଦଘାଟନ କରିଥିଲେ। ସାମୁଦ୍ରିକ ଅମୃତ କାଳ ଦୃଷ୍ଟିକୋଣ ୨୦୪୭ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ଯାହା ଭାରତକୁ ଏକ ବିଶ୍ୱ ସାମୁଦ୍ରିକ ଶକ୍ତି ଭାବରେ ପ୍ରତିଷ୍ଠା କରିବା ପାଇଁ ଏକ ରୋଡମ୍ୟାପ୍ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ଏକ ଗର୍ବର ଏବଂ ସ୍ମରଣୀୟ ମୁହୂର୍ତ୍ତ ଥିଲା ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ତାଙ୍କୁ ‘ଜୟ ଜଗନ୍ନାଥ’ କହି ସ୍ୱାଗତ କରିଥିବା ସେ କହିଛନ୍ତି।
Comments are closed, but trackbacks and pingbacks are open.