ସୁପ୍ରିମକୋର୍ଟଙ୍କ ରାୟ ପରେ ନବୀନଙ୍କ ଟ୍ୱିଟ୍ : ଶ୍ରୀ ଜଗନ୍ନାଥ ଙ୍କୁ ଦେଲେ ଶ୍ରେୟ

27

ପୁରୀ ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବିଭିନ୍ନ ରାଜନେତାମାନେ ପ୍ରତିକ୍ରିୟା ଦେଉଥିବ ଦେଖିବାକୁ ମିଳିଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ୱିଟ୍ କହିଛନ୍ତି । ସେ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ ।’ ସରକାରଙ୍କ ବିଜୟ ପରେ ଶ୍ରୀଜଗନ୍ନାଥଙ୍କୁ ଶ୍ରେୟ ଦେଇଛନ୍ତି ନବୀନ ।
ପୁରୀ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ଦୀର୍ଘ ଦିନ ଧରି ସମାଲୋଚନାର ଶିକାର ହେବା ପରେ ଆଜିର ରାୟ ବେଶ୍‌ ଆଶ୍ୱସ୍ତି ଦେଇଛି। ଗତକାଲିଠୁ ଏହି ମାମଲାର ରାୟ ସଂରକ୍ଷିତ ରଖିଥିବା ସୁପ୍ରିମକୋର୍ଟ ଆଜି ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ରାଜ୍ୟ ସରକାରଙ୍କ ସପକ୍ଷରେ ଯାଇଥିବା ସତ୍ତ୍ୱେ ସିଧାସଳଖ ରାୟ ସମ୍ପର୍କରେ କିଛି ଲେଖି ନ ଥିବା ମୁଖ୍ୟମନ୍ତ୍ରୀ କିନ୍ତୁ ଇସାରା, ଇସାରାରେ ଟ୍ୱିଟ କରିଛନ୍ତି ।

ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରେ ସୁପ୍ରିମକୋର୍ଟରେ ମାମଲା ଲଢ଼ୁଥିବା ଆଡଭୋକେଟ ପିନାକୀ ମିଶ୍ର କହିଛନ୍ତି,  ସର୍ବୋଚ୍ଚ କୋର୍ଟଙ୍କ କଣ୍ଠରେ ମହାପ୍ରଭୁଙ୍କ ବାଣୀ ବସିଛି । ପୁରୀକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ଗଢ଼ିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସଠିକ୍ ପ୍ରମାଣିତ ହୋଇଛି । ପରିକ୍ରମା ପ୍ରକଳ୍ପକୁ ସବୁବେଳେ ରାଜନୀତିଶୂନ୍ୟ ରଖିବାକୁ ଚାହିଁଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକଳ୍ପ ନିର୍ମାଣର ପ୍ରତିଟି ପାଦରେ ସବୁ ଦଳଙ୍କୁ ସାଙ୍ଗରେ ନେଇ ଯିବାକୁ ସେ ଚାହିଁଛନ୍ତି ।  ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ଲାଗି ଏଭଳି ଦିବ୍ୟ କାମକୁ ବିରୋଧ କରା ନ ଯାଉ ।

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ ପାଇଁ ହୋଇଥିବା ଆବେଦନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଉଭୟ ଆବେଦନକାରୀଙ୍କ ୨ଟି ସ୍ୱତନ୍ତ୍ର ଲିଭ୍ ପିଟିସନକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ଆବେଦନ ରଦ୍ଦ କରାଯାଇଛି । ମାମଲା ରଦ୍ଦ ସହ ଉଭୟଙ୍କ ପିଟିସନରଙ୍କ ଉପରେ ଜରିମାନା ମଧ୍ୟ ଲଗାଯାଇଛି । ଉଭୟ ପିଟିସନରଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ବହୁମୂଲ୍ୟ ସମୟ ଅଯଥା ନଷ୍ଟ କରିଥିବା ଏହି ଜରିମାନା ଲଗାଯାଇଛି ।

Comments are closed, but trackbacks and pingbacks are open.