ଭୁବନେଶ୍ବର: ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣି ଥରେ ଅସୁସ୍ଥ ହୋଇଛନ୍ତି। ଡିହାଇଡ୍ରେସନ୍ କାରଣରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଚିକିତ୍ସିତ ହେଉଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି ବୋଲି ଡାକ୍ତର ସ୍ପଷ୍ଟ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲପାଇବା ତାଙ୍କ ସହ ରହିଛି, ଖୁବଶୀଘ୍ର ସେ ହସ୍ପିଟାଲ୍ରୁ ଡିସଚାର୍ଜ ହେବେ ବୋଲି ବିଜେଡି ଏକ୍ସ ଜରିଆରେ ପ୍ରକାଶ କରିଛି। ଅନ୍ୟପକ୍ଷରେ ଡିହାଇଡ୍ରେସନ୍ ଯୋଗୁ ସେ ଅପରାହ୍ଣ ୫ଟା ୧୫ମିନିଟ୍ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ହସ୍ପିଟାଲ୍ ପକ୍ଷରୁ ସୂଚନା ମିଳିଛି। ଡାକ୍ତର ଆଲୋକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ସୂଚନା ଥାଉକି ମାସେ ତଳେ ନବୀନ ମୁମ୍ବାଇରୁ ଅସ୍ତ୍ରୋପଚାର ସାରି ଫେରିଥିଲେ। ସର୍ଭିକାଲ୍ ଆଥ୍ରାଇଟିସ୍ ଅସ୍ତ୍ରୋପଚାର ନିମନ୍ତେ ଗତ ଜୁନ୍ ମାସ ୨୦ତାରିଖରେ ମୁମ୍ବାଇ ଯାଇ ସେଠାରେ ୨୦ ଦିନ ରହିବା ପରେ ଗତ ଜୁଲାଇ ୧୨ତାରିଖରେ ଭୁବନେଶ୍ୱର ଫେରିଥିଲେ।
Comments are closed, but trackbacks and pingbacks are open.