ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ

303

ଭୁବନେଶ୍ବର: ବିଜୁ ଜନତା ଦଳର ସଭାପତି ପଦ ପାଇଁ କିଛି ସମୟ ତଳେ ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ। ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ନବୀନ ଶଙ୍ଖ ଭବନ ଯାଇଥିଲେ। ସେଠାରେ ସେ ଦଳର ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଏହାପରେ ଆସନ୍ତା ୧୯ ତାରିଖରେ ନୂଆ ସଭାପତିଙ୍କ ନାମ ଘୋଷଣା କରାଯିବ। ବିଜୁ ଜନତା ଦଳ ଗଠନ ପରଠାରୁ ନବୀନ ପଟ୍ଟନାୟକ ଦଳର ସଭାପତି ଭାବେ ରହିଆସିଛନ୍ତି। ବର୍ତ୍ତମାନ ନବମ ଥର ପାଇଁ ସେ ସଭାପତି ହେବେ। ସେହିପରି ଦଳ କେତେକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଥିଲେ ମଧ୍ୟ ଆଉ କିଛି ବାକି ରହିଛି। ଆଜି ସେସବୁ ଘୋଷଣା ହେବ ବୋଲି ଜଣପଡିଛି।

Comments are closed, but trackbacks and pingbacks are open.