ଟ୍ୱିଟର ଟ୍ରେଣ୍ଡିଂରେ ନବୀନ ପୁଣିଥରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ

27

ଭୁବନେଶ୍ବର : ପୁଣିଥରେ ଲୋକପ୍ରିୟତା ଦୃଷ୍ଟିରୁ ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ‘ମୁଡ୍‍ ଅଫ୍‍ ଦ ନେସନ୍‍’ ସର୍ଭେରେ ନିଜ ରାଜ୍ୟରେ ୭୩ ଦଶମିକ ୨ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି । ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲୋକପ୍ରିୟତାରେ ଶୀର୍ଷରେ ରହିଛନ୍ତି। କେବଳ ରାଜ୍ୟ ପାଇଁ ନୁହେଁ; ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦେଶ ହିତକାରୀ ପ୍ରସଙ୍ଗରେ ଉଚିତ୍‍ ଦାୟିତ୍ୱ ନିର୍ବାହ କରି ନବୀନ ଜାତୀୟ ସ୍ତରରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଫଳରେ ରାଜ୍ୟର ଜନସାଧାରଣ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ପ୍ରତି ନିଜର ଆସ୍ଥା ଓ ବିଶ୍ୱାସ ଅତୁଟ ରଖିଛନ୍ତି। ନବୀନ ପୁଣିଥରେ ନିଜ ରାଜ୍ୟରେ ଲୋକପ୍ରିୟତା ଦୃଷ୍ଟିରୁ ସମଗ୍ର ଦେଶରେ ଏକ ନମ୍ବର ହେବା ପରେ ସାମାଜିକ ଗଣମାଧ୍ୟମ ଟ୍ବିଟରେ ନବୀନ ଟ୍ରେଣ୍ଠିଂରେ ରହିଛନ୍ତି। ଟ୍ୱିଟର ଟ୍ରେଣ୍ଡିଂରେ #NaveenAlwaysNo1 ବର୍ତ୍ତମାନ ଏକ ନମ୍ବରରେ ଟ୍ରେଣ୍ଡ କରୁଛି। ବର୍ତ୍ତମାନ ସୁଦ୍ଧା ହଜାର ହଜାର ଲୋକ ନବୀନଙ୍କ ଏହି ସଫଳତା ପାଇଁ ଟ୍ବିଟ କରୁଛନ୍ତି।

ସୂଚନାଯୋଗ୍ୟ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ‘ମୁଡ୍‍ ଅଫ୍‍ ଦ ନେସନ୍‍’ ସର୍ଭେରେ ନବୀନ ହେଉଛନ୍ତି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ । ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଢେର ପଛରେ ପକାଇ ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ।

Comments are closed, but trackbacks and pingbacks are open.