ନବୀନ ବାବୁଙ୍କର ଆଉ ଆବଶ୍ୟକତା ନାହିଁ: ଅମିତ୍ ଶାହା

122

ସୋରଡା: ‘ନବୀନ ବାବୁଙ୍କର ଆଉ ଆବଶ୍ୟକତା ନାହିଁ । ଓଡିଶା ଲୋକେ ନବୀନ ବାବୁଙ୍କୁ ଟାଟା ବାଏ ବାଏ କହିଲେଣି । ଓଡିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି । ଜୁନ୍ ୪ରେ ନବୀନ ବାବୁ ଯାଉଛନ୍ତି, ବିଜେପି ସରକାର ଆସୁଛି ।’ ଏମିତି କିଛି କହି ସଭା ଆରମ୍ଭରୁ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ଅମିତ୍ ଶାହା ।

ଆଜି ଓଡିଶାରେ ଶାହା । ଗଞ୍ଜାମ ସୋରଡା ବାସୀଙ୍କୁ ଦେଉଛନ୍ତି ଉଦ୍ବୋଧନ । ସଭା ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ସେ କହିଛନ୍ତି, ‘ମୋଦି ଗରିବଙ୍କୁ ଚାଉଳ ଦେଉଛନ୍ତି, ନବୀନ ସେଥିରେ ନିଜ ଫଟୋ ଛାପୁଛନ୍ତି ।ନିଜ ଫଟୋ ଛାପି ନିଜେ ଚାଉଳ ଦେଉଥିବା କହୁଛନ୍ତି ନବୀନ  । ନବୀନଙ୍କ ସରକାର ଠେଲା ସରକାର  । କଂଗ୍ରେସ ରାମ ମନ୍ଦିରକୁ ଅଟକାଇଥିଲା, ମୋଦି ଆସିଲେ ଏବଂ ମନ୍ଦିର ନିର୍ମାଣ କଲେ । ନବୀନ ସରକାର ଓଡ଼ିଶା ଲୋକଙ୍କୁ ରାମ ମନ୍ଦିର ସମାରୋହରେ ସାମିଲକୁ ରୋକିଲେ  । ଯିଏ ରାମଙ୍କ ସମାରୋହ ଯିବାକୁ ରୋକିଲା, ତାକୁ ଓଡ଼ିଶା ଲୋକ କ୍ଷମା ଦେବେନି  । ଆଉ ନବୀନ ବାବୁ ଆସିବାର ନାହିଁ । ନବୀନ ବାବୁଙ୍କର ଆାଉ ଆବଶ୍ୟକତା ନାହିଁ । ଓଡିଶା ଲୋକ ନବୀନଙ୍କୁ ଟାଟା ବାଏ ବାଏ କହିଲେଣି । ଓଡିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି । ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି । ନବୀନ ବାବୁ ଭାବୁଛନ୍ତି ଆୟୁଷ୍ମାନ ଯୋଜନା ଲାଗୁ କଲା ତାଙ୍କ ଲୋକପ୍ରିୟତା କମିବ । ଜୁନ୍ ୪ରେ ନବୀନ ବାବୁ ଯାଉଛନ୍ତି, ବିଜେପି ସରକାର ଆସିବାକୁ ଯାଉଛି । ନବୀନ ବାବୁ ଓଡିଶାକୁ ୫୦ ବର୍ଷ ପଛକୁ  ନେଇ ଯାଇଛନ୍ତି ।  ଓଡ଼ିଶା ନକ୍ସଲବାଦରେ ପୀଡ଼ିତ ଥିଲା, ୧୦ ବର୍ଷରେ ମୋଦି ନକ୍ସଲଙ୍କୁ ସଫା କଲେ ।  ଗରିବଙ୍କ ଚିଟ୍‌ଫଣ୍ଡ ଟଙ୍କା ଖାଇଥିବା ଲୋକଙ୍କୁ ସାବାଡ଼ କରାଯିବ । ୧୮ ମାସ ମଧ୍ୟରେ ସେଭଳି ଲୋକଙ୍କୁ ଓଲଟା ଲଟକାଇ ସିଧା କରାଯିବ । ବିଜେପି ଆସିଲେ ବ୍ୟାପକ ଜଳସେଚନ ବ୍ୟବସ୍ଥା କରାଯିବ । ଆଖୁ ଚାଷୀଙ୍କୁ ସମୃଦ୍ଧ କରିବା ବ୍ୟବସ୍ଥା କରିବ ବିଜେପି  । ଗଂଜାମ ନବୀନ ବାବୁଙ୍କ ଜିଲ୍ଲା, ହେଲେ ଏଠାରେ ଗୋଟିଏ ବି କାରଖାନା ବସିନି  । ଆମକୁ ଜିତାନ୍ତୁ, ଗଂଜାମକୁ ଦେଶର ନମ୍ବର ୱାନ୍‌ ଜିଲ୍ଲା କରାଯିବ ।’

ସେ ଆହୁରି ମଧ୍ୟ କହିଛନ୍ତି, ଓଡିଶାରେ ସରକାର ଅଣଓଡିଆ ଚଳାଉଛନ୍ତି । ନବୀନ ବାବୁ ସରକାର ଚଳାଉଛନ୍ତି କି ? ଏଠାରେ ବାବୁମାନେ ସରକାର ଚଳାଉଛନ୍ତି । ଯଦି ବାବୁଙ୍କୁ ଦେବାର ଥିଲା, ଓଡ଼ିଆ ବାବୁଙ୍କୁ ହେଲେ ଦେଇଥାନ୍ତେ । ନବୀନ ୱାନ୍‌ ନେସନ, ୱାନ୍‌ ରାସନ କାର୍ଡ କରୁନାହାନ୍ତି  ।ରାସନ ହଡ଼ପ କରିବା ଲକ୍ଷ୍ୟରେ ତାଙ୍କ ବାବୁମାନେ ଏହା ଲାଗୁ କରୁନାହାନ୍ତି । ମୋଦି ଗରିବଙ୍କୁ ଚାଉଳ ଦେଉଛନ୍ତି, ନବୀନ ସେଥିରେ ନିଜ ଫଟୋ ଛାପୁଛନ୍ତି ।ନିଜ ଫଟୋ ଛାପି ନିଜେ ଚାଉଳ ଦେଉଥିବା କହୁଛନ୍ତି ନବୀନ  । ନବୀନଙ୍କ ସରକାର ଠେଲା ସରକାର  ।

ଏଥିସହିତ ରତ୍ନ ଭଣ୍ଡାର ଚାବି କୁଆଡେ ଗଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଶାହା । ନବୀନ ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି  । ଶ୍ରୀମନ୍ଦିର ୪ ଦ୍ବାର ଖୋଲୁନାହାନ୍ତି, ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି  । ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବ । ରତ୍ନଭଣ୍ଡାର ଅରିଜିନାଲ ଚାବି କୁଆଡ଼େ ଗଲା, ଡୁପ୍ଲିକେଟ ଚାବି କିଏ ତିଆରି କଲା? ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲା ଯାଇଛି କି ନାହିଁ ? ଏସବୁ କୁ ନେଇ ରତ୍ନଭଣ୍ଡାର କମିଶନ ରିପୋର୍ଟ ବିଜେପି ଆସିଲେ ୬ ଦିନରେ ସାର୍ବଜନୀନ ହେବ । ରତ୍ନଭଣ୍ଡାର ହିସାବ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନ କରାଯିବ । ରତ୍ନଭଣ୍ଡାର ହିସାବ ଖବରକାଗଜର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ଦିଆଯିବ ।

Comments are closed, but trackbacks and pingbacks are open.