ବନ ସଂରକ୍ଷଣ ପାଇଁ ଜାତୀୟ ସ୍ତରରେ ଓଡିଶା ତୃତୀୟ : ମୁଖ୍ୟମନ୍ତ୍ରୀ

25

ବନ ସଂରକ୍ଷଣ ତଥା ସବୁଜ ବଳୟ ସୃଷ୍ଟି କରିବାରେ ଜାତୀୟ ସ୍ତରରେ ଓଡିଶା ତୃତୀୟ I କରୋନା କାଳରେ ବନ କର୍ମଚାରୀମାନେ କାର୍ଯ୍ଯ କରିଛନ୍ତି । ବନଖଣ୍ଡ କର୍ମଚାରୀ ଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବର ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଆଜି ଉଦଘାଟିତ ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଦୁଇ ଦିନ ଧରି ଚାଲିବ। ସମ୍ମିଳନୀରେ ପ୍ରଥମ ଦିନରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩.୫୦ ପ୍ରତିଶତ ଜଙ୍ଗଲ ବୃଦ୍ଧି ସହ ଜାତୀୟ ସ୍ତରରେ ତୃତୀୟ ହୋଇଛି ଓଡ଼ିଶା । ୧ ଲକ୍ଷ ୧୦ ହଜାର ହେକ୍ଟର ବନୀକରଣ ହୋଇଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ନବୀନ କହିଛନ୍ତି ବନ ସଂରକ୍ଷଣ ରେ ଜାତୀୟ ସ୍ଥରରେ ଆମ ରାଜ୍ୟ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରି ଥିବାବେଳେ, ହେନ୍ତାଳବଣ ସୃଷ୍ଟି କରିବାରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ।ଏହା ସହିତ ବିଶ୍ୱରେ ଆମକୁ ନୂଆ ପରିଚୟ ମିଳିଛି ।

ଓଡ଼ିଶା ଜଙ୍ଗଲ ସମ୍ପଦ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ପାଲଟିଛି । ତାହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି କହିଛନ୍ତି କି ଏହି ଜଙ୍ଗଲ ଯୋଜନା ଯୋଗୁ ୨୦ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଏହି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଯୋଡିବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ୫ଟି ଅଧିନରେ ବୃକ୍ଷରୋପଣ କାର୍ଯ୍ୟ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ବନ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ତାଙ୍କ ଏହି କାର୍ଯ୍ୟ ଯୋଗୁ ସଫଳତା ମିଳିଥିବା କହିଛନ୍ତି । ବନ କର୍ମଚାରୀଙ୍କ ସଚେତନତା ଯୋଗୁ ଏପରି ସମ୍ଭବ ହୋଇପାରିଛି । ପୂର୍ବ ପରି ଜଙ୍ଗଲରେ ନିଆଁ ଲାଗିବା ୫୦ ପ୍ରତିଶତ କମିଛି । ଜଙ୍ଗଲର ସୁରକ୍ଷା ସହ ଜୀବଜନ୍ତୁଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ହାତୀଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବାକୁ ଗଜସାଥୀ ନିୟୋଜିତ କରାଯାଇଛି । କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ତାଙ୍କର ବିବୃତି ରଖିଛନ୍ତି । ସେ କହିଛନ୍ତି ଏହି ଦିଗ​‌ରେ ସାଧାରଣ ଲୋକଙ୍କ ସାହାୟତା ମଧ୍ୟ ଆବଶ୍ୟକ ରହିଛି ।୨୦୨୧-୨୨ରେ ୭୦ ହଜାର ୨୧୬ ପର୍ଯ୍ୟଟକ ଆସିଛନ୍ତି ।

Comments are closed, but trackbacks and pingbacks are open.