ରୋଲାଣ୍ଡ୍ ଫାର୍ମାସୀ କଲେଜରେ ଜାତୀୟସ୍ତରୀୟ ତ୍ରିଦିବସୀୟ କର୍ମଶାଳା ଉଦଘାଟିତ

20

ବ୍ରହ୍ମପୁର: ୧୧-୪-୨୦୨୩; ସ୍ଥାନୀୟ ଖୋଡ଼ାସିଙ୍ଗି ସ୍ଥିତ ରୋଲାଣ୍ଡ୍ ଫାର୍ମାସୀ କଲେଜରେ ଫାର୍ମାସୀ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ସମର୍ଥିତ ଏକ ତ୍ରିଦିବସୀୟ ଜାତୀୟସ୍ତରୀୟ ନିରନ୍ତର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ସିଇପି) ଉଦଘାଟିତ ହୋଇଯାଇଛି I ଆଜି ପୂର୍ବାହ୍ନରେ ଅନୁଷ୍ଠାନର ସଭାଗୃହରେ ଆୟୋଜିତ ଏକ ନିରାଡ଼ମ୍ବର ସମାରୋହରେ ଭୁବନେଶ୍ବର ସ୍ଥିତ ରସାୟନ ପ୍ରଦ୍ୟୋଗିକୀ ଶିକ୍ଷା ସଂସ୍ଥାନର ଫାର୍ମାସୀ ବିଭାଗର ପ୍ରମୁଖ, ପ୍ରଫେସର୍ ପ୍ରଦୀପ ରଞ୍ଜନ ଭାଭିଆ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବିଶିଷ୍ଟ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ୤ ଏହି ଉତ୍ସବରେ ଅନୁଷ୍ଠାନର ଚେୟାରପର୍ସନ୍ ଶ୍ରୀମତି ଜେ ଜୟଲକ୍ଷ୍ମୀ, ନିର୍ଦ୍ଦେଶିକା ଡଃ ଜେ ଶ୍ରୁତି, ଅଧ୍ୟକ୍ଷ ଡଃ ବି ଭି ଭି ରବିକୁମାର, ଉପାଧ୍ୟକ୍ଷ ଡଃ ସି ଏଚ୍ ନିରଞ୍ଜନ ପାତ୍ର, କାର୍ଯ୍ୟକ୍ରମ ସଂଚାଳକ ଡଃ ବିଶ୍ବମୋହନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ I ଡଃ ବିମଳେନ୍ଦୁ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ I ସୁଶ୍ରୀ ଐଶ୍ବର୍ଯ୍ୟା ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଭାରତୀୟ ଫାର୍ମାସୀ କାଉନ୍‌ସିଲ ଦ୍ବାରା ପ୍ରଯୋଜିତ ଏହି ନିରନ୍ତର ଶିକ୍ଷା କାର୍ଯ୍ୟକ୍ରମ ଫାର୍ମାସୀ ଶିକ୍ଷାନୁଷ୍ଠାନରେ କର୍ତ୍ତବ୍ୟରତ ଶିକ୍ଷକ ଗୋଷ୍ଠୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଏବଂ ଏହି କାର୍ଯ୍ୟକ୍ରମ ଆଗାମୀ ତିନିଦିନ ପର୍ଯ୍ୟନ୍ତ ଅନୁଷ୍ଠାନରେ ଆୟୋଜିତ ହେବ୤ ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ଉଚ୍ଚଶିକ୍ଷା ତଥା ଗବେଷଣା ସଂସ୍ଥାନମାନଙ୍କର ପ୍ରମୁଖ ବ୍ୟକ୍ତିତ୍ବ ଯଥା, ପ୍ରଫେସର୍ ପ୍ରଦୀପ ରଞ୍ଜନ ଭାଭିଆ, ସୁବ୍ରତ କୁମାର ଭଟ୍ଟମିଶ୍ର, ଲକ୍ଷ୍ମୀଧର ରାଉତ, ସୁଲକ୍ଷଣା ପି ମୁଖାର୍ଜୀ, ରମାକାନ୍ତ ଯାଦବ, ସୁବାସ ଚନ୍ଦ୍ର ଦିଣ୍ଡା ଏବଂ ମଳୟ କୁମାର ରାଣା ପ୍ରମୁଖ ପ୍ରଶିକ୍ଷକ ଅଂଶ ଗ୍ରହଣ କରି ଅଧିକ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ପ୍ରଦାନ କରିବେ୤ ଏଥିରେ ଓଡ଼ିଶା ରାଜ୍ୟ ସମେତ, ରାଜ୍ୟ ବାହାରୁ ଅନେକ ଫାର୍ମାସୀ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରୁଥିବା କଥା ଆୟୋଜକ ଜଣାଇଛନ୍ତି I କାର୍ଯ୍ୟକ୍ରମକୁ ସୁଚାରୂ ରୂପେ ପରିଚାଳନା କରିବା ଏବଂ ସଫଳ କରିବାପାଇଁ ଅନୁଷ୍ଠାନର ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ I

Comments are closed, but trackbacks and pingbacks are open.