ସୋଆରେ ଜାତୀୟ କ୍ରୀଡା ଦିବସ ପାଳିତ

24

ଭୁବନେଶ୍ୱର, ୩୦/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ବିଶିଷ୍ଟ ହକି ତାରକା ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ସୋଆରେ ସୋମବାର ଏକ ମିନି ମାରାଥନ୍‌ର ଆୟୋଜନ କରାଯାଇଥିଲା ।
ସୋଆ କ୍ୟାମ୍ପସ୍ ୨ ର ଟେନିସ୍ କୋର୍ଟ ରୁ ଆରମ୍ଭ ହୋଇଥିବା ଏହି ମିନି ମାରାଥନ୍‌କୁ ବିଶ୍ୱ ବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଫ୍ଲାଗ୍‌-ଅଫ୍ କରିଥିଲେ । ସୋଆର ବିଭିନ୍ନ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଏହି ମିନି ମାରାଥନ୍‌ରେ ସାମିଲ ହୋଇଥିଲେ । ସୋଆରେ ଶିକ୍ଷା ଗ୍ରହଣ କରୁଥିôବା ବିଦେଶୀ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ମାରାଥନ୍‌ରେ ଯୋଗ ଦେଇଥିଲେ ।
ଏହି ମାରାଥନ୍ କ୍ୟାମ୍ପସ୍ ୨ ରୁ ବାହାରି କଳିଙ୍ଗ ଷ୍ଟୁଡିଓ ଛକ ଦେଇ ପୁଣି ଥରେ କ୍ୟାମ୍ପସ୍ ୨ କୁ ଫେରିଥିଲା । ମାରାଥନ୍ ଶେଷ ହେବା ପରେ ଛାତ୍ରଛାତ୍ରୀ ମାନେ ବାସ୍କେଟବଲ କୋର୍ଟରେ ଯୋଗାଭ୍ୟାସ କରିବା ସହ ଭଲିବଲ୍‌, ଟେନିସ୍‌, ବାସ୍କେଟବଲ୍ ଇତ୍ୟାଦି ଖେଳରେ ଯୋଗ ଦେଇଥିଲେ । ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

Comments are closed, but trackbacks and pingbacks are open.