କିଟ୍‌ରେ ରାଷ୍ଟ୍ରୀୟ ବିଜ୍ଞାନ ଦିବସ ପାଳିତ

56

କିସ୍‍କୁ ଟେଲିସ୍କୋପ୍ ଦାନ କଲେ ଜ୍ୟୋତିର୍ବିଜ୍ଞାନୀ ଡ. ଅଶ୍ୱିନ ଶେଖର

ଭୁବନେଶ୍ୱର, ୧ ।୩: କିଟ୍ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ରାଷ୍ଟ୍ରୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନରୱେର ପୂର୍ବତନ ମନ୍ତ୍ରୀ ତଥା କୁଟନୀତିଜ୍ଞ ଏରିକ୍ ସୋଲେମ୍ ଓ ଖ୍ୟାତି ସମ୍ପନ୍ନ ଜ୍ୟୋତିର୍ବିଜ୍ଞାନୀ ଡ. ଅଶ୍ୱିନ ଶେଖର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସୋଲେମ୍‍ ତାଙ୍କ ଅଭିଭାଷଣରେ କିଟ୍‍ ଓ କିସ୍‍ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । କିଟ୍‍ ଓ କିସ୍‍ ଭଳି ଅନୁଷ୍ଠାନ ସାମାଜିକ ପରିବର୍ତ୍ତନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଲେ, ଯେତେବଡ଼ ଉଚ୍ଚ ସ୍ଥାନରେ ପହଞ୍ଚିଲେବି ସବୁବେଳେ ନମ୍ର ହେବାକୁ ଚେଷ୍ଟା କର । ଗ୍ରାମୀଣ ଓ ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସକୁ ପ୍ରଶଂସା କରି ଡ. ଶେଖର କହିଲେ, ଶ୍ରୀ ସାମନ୍ତଙ୍କ ଏହି ପ୍ରୟାସ ଅତି ଉଚ୍ଚରେ ରହିଛି । ଏହି ଅବସରରେ ସେ କିସ୍‍କୁ ଏକ ଟେଲିସ୍କୋପ ଦାନ କରି କହିଲେ, ଆଜି ଭଳି ଦିନରେ ଏହି ଟେଲିସ୍କୋପ୍ ପାଇବା ପାଇଁ କିସ୍‍ ହେଉଛି ଯୋଗ୍ୟତମ ଅନୁଷ୍ଠାନ । କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଭାରତର ବୈଜ୍ଞାନିକ ପ୍ରଗତିର ସମୃଦ୍ଧ ଇତିହାସ ଉପରେ ଆଲୋକପାତ କରିଥିଲେ । ବିଜ୍ଞାନକୁ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣୀୟ ଏବଂ ଉପଭୋଗ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ।

Comments are closed, but trackbacks and pingbacks are open.