ସମ୍ମମରେ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ

180

ଭୁବନେଶ୍ୱର, ୧୩/୦୯ : ଡାକ୍ତରଖାନାରେ ରେକର୍ଡଗୁଡ଼ିକୁ ସଠିକ୍ ଭାବେ ସଂରକ୍ଷିତ ରଖିବାର ଆବଶ୍ୟକତାକୁ ନେଇ ସମ୍ ଅଲ୍ଟିମେଟ ମେଡିକେୟାରରେ ଗତ ମଙ୍ଗଳବାର ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ ହୋଇଯାଇଛି ।
ଏହି ଉପଲକ୍ଷେ ଚଳିତ ବର୍ଷର ପ୍ରସଙ୍ଗ ‘ଏମ୍‌ପାୱାରିଂ ହେଲ୍‌ଥ ଥ୍ରୁ ଆକ୍ୟୁରେଟ୍ ରେକର୍ଡ୍ସ’ କୁ ନେଇ ହସ୍ପିଟାଲ୍‌ର କର୍ମଚାରୀଙ୍କ ନିମନ୍ତେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ମେଡିକାଲ୍ ରେକର୍ଡ ଗୁଡ଼ିକର ସଂଗ୍ରହ, ସଂରକ୍ଷଣ ଏବଂ ସଠିକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
କାର୍ଯ୍ୟକ୍ରମକୁ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଉଦ୍‌ଘାଟନ କରିବା ସହ ଏହି ବିଭାଗଟି ହସ୍ପିଟାଲର କାର୍ଯ୍ୟକୁ ଶୃଙ୍ଖଳିତ ଓ ସୁଚାରୁରୂପେ ତୁଲାଇବା ନିମନ୍ତେ ଏହାର ମେରୁଦଣ୍ଡ ଭାବେ କାର୍ଯ୍ୟ କରିଥାଏ ବୋଲି କହିଥିଲେ ।
ଏହି ଅବସରରେ ହସ୍ପିଟାଲର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜମୋହନ ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା, ମେଡିକାଲ ରେକର୍ଡ୍ସ ବିଭାଗର ମୁଖ୍ୟ ଡାକ୍ତର ମାନସ ରଞ୍ଜନ ସେଠୀ, ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଡାକ୍ତର ସେଠୀ ମେଡିକାଲ ରେକର୍ଡ ଗୁଡ଼ିକୁ ସଂରକ୍ଷଣ କରିବା ନେଇ ଏହାର ଆଇନ୍‌ଗତ ଦିଗ ଉପରେ ବକ୍ତବ୍ୟ ରଖିବା ସହ ବ୍ରିଗେଡିୟର (ଡ) ମିଶ୍ର ମେଡିକାଲ୍ ରେକର୍ଡର ଡିଜିଟାଲାଇଜେସନ୍ ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ରତିକାନ୍ତ ବାରିକ ଦୈନନ୍ଦିନ ମେଡିକାଲ୍ ରେକର୍ଡ ସଂରକ୍ଷଣ ଉପରେ ବକ୍ତବ୍ୟ ରଖିଥିଲେ ।

Comments are closed, but trackbacks and pingbacks are open.