ଐତିହ୍ୟସ୍ଥଳ ପ୍ରରିଦର୍ଶନ କଲେ ଜାତୀୟ ଗଣମାଧ୍ୟମ ପ୍ରତିନିଧି

29

ଭୁବନେଶ୍ୱର: ଜି-୨୦ ଅଧୀନରେ କିଟ୍‌ ବିଶ୍ୱବିଦ୍ୟାଳୟରେ ଚାଲୁଥିବା ୱାଇ-୨୦ କନ୍‌ସଲ୍‌ଟେସନ୍‌ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଜାତୀୟ ଗଣମାଧ୍ୟମର ୩୫ରୁ ଉର୍ଦ୍ଧ୍ଵ ପ୍ରତିନିଧି ଓଡ଼ିଶାର ବିଭିନ୍ନ ଐତିହ୍ୟସ୍ଥଳୀ ପରିଦର୍ଶନ କରିଥିଲେ। ବିଶ୍ୱ ଐତିହ୍ୟ ଦିବସ ଅପ୍ରେଲ୍‌ ୧୮ ତାରିଖରେ ଥିବାରୁ ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମ ପ୍ରତିନିଧିମାନେ ଭୁବନେଶ୍ୱର, ପୁରୀ ଓ କୋଣାର୍କ ଆଦି ସ୍ଥାନ ବୁଲି ଦେଖିଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ  କରାଯାଇଥିଲା ।

ଗଣମାଧ୍ୟମ ପ୍ରତିନିଧିମାନେ ୭ମ ଶତାବ୍ଦୀର ପରଶୁରାମେଶ୍ୱର ମନ୍ଦିର, ଦଶମ ଶତାବ୍ଦୀର ମୁକ୍ତେଶ୍ୱର ଓ କାର୍ତ୍ତିକେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ । ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରିଚ କୁଣ୍ଡ, ପରଶୁରାମେଶ୍ୱର ମନ୍ଦିରରେ ରେଖା ଦେଉଳ, ପିଢ଼ା ଦେଉଳ ଓ ଖାକ୍ରା ଦେଉଳ ଢ଼ାଞ୍ଚାରେ ନିର୍ମାଣ କରାଯାଇଥିବା ମନ୍ଦିର କାରୁକାର୍ଯ୍ୟ ବିଷୟରେ ସେମାନେ ଅବଗତ ହୋଇଥିଲେ । ସେହିପରି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କରି ସମସ୍ତ ପ୍ରତିନିଧି ସନ୍ତୋଷ ବ୍ୟକ୍ତ କରିବା ସହ ଓଡ଼ିଶା ଉତ୍କୃଷ୍ଟ କଳା ଓ ଭାସ୍କର୍ଯ୍ୟ ଓ ଐତିହ୍ୟର ପ୍ରଶଂସା କରିଥିଲେ ।

Comments are closed, but trackbacks and pingbacks are open.