ବଢିଲା ୨୦୦୦ ଟଙ୍କିଆ ନୋଟ ବଦଳର ଅବଧି

69

୨୦୦୦ ଟଙ୍କିଆ ନୋଟକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବଡ଼ ଘୋଷଣା କରିଛି । ନୋଟର ଡିପୋଜିଟ ଏବଂ ଏକ୍ସଚେଞ୍ଜର ଅବଧି ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆସନ୍ତା ମାସ ୭ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଛି l ଅର୍ଥାତ ଅକ୍ଟୋବର ୭ ତାରିଖ ମଧ୍ୟରେ ଜନସାଧାରଣ ୨ ହଜାର ଟଙ୍କିଆ ନୋଟ ବଦଳି କରିପାରିବେ ।

ଆଜି ଅର୍ଥାତ ସେପ୍ଟେମ୍ବର ୩୦ ତାରିଖ ଯାଏଁ ୨୦୦୦ ଟଙ୍କିଆ ନୋଟ ଜମା କରିବାର ଅବଧି ପୂର୍ବରୁ ସ୍ଥିର କରାଯାଇଥିଲା l ମାତ୍ର ବର୍ତ୍ତମାନ ସୁଦ୍ଧା ସମସ୍ତ ନୋଟ ବ୍ୟାଙ୍କକୁ ଫେରି ନଥିବାରୁ ଏହି ନିଷ୍ପତିରେ ପରିବର୍ତ୍ତନ ଅଣାଯାଇଛି । ସୂଚନା ଅନୁଯାୟୀ ଗତ ୨ ତାରିଖ ସୁଦ୍ଧା ବ୍ୟାଙ୍କକୁ ୯୩ ପ୍ରତିଶତ ନୋଟ ଫେରିଥିବା ବେଳେ ବଜାରରେ ମାତ୍ର ୭ ପ୍ରତିଶତ ନୋଟ ରହିଥିବା ଜଣାପଡ଼ିଥିଲା l ତେଣୁ ମାସ ଶେଷ ସୁଦ୍ଧା ବି ସମସ୍ତ ନୋଟ ବ୍ୟାଙ୍କରେ ଜମା ହୋଇନାହିଁ l ଏବେ ବି ମାର୍କେଟରେ ଆହୁରି ୨୦୦୦ ଟଙ୍କିଆ ନୋଟ ରହିଛି । ତେଣୁ ଉକ୍ତ ନୋଟକୁ ବ୍ୟାଙ୍କକୁ ଫେରାଇ ଆଣିବା ପାଇଁ ଆରବିଆଇ ଏହି ବଡ଼ ନିଷ୍ପତ୍ତି ନେଇଛି ।

Comments are closed, but trackbacks and pingbacks are open.