ଖୋଲିବ ନନ୍ଦନକାନନ

33

ଭୁବନେଶ୍ୱର :ଆସନ୍ତାକାଲି ଠାରୁ ଖୋଲିବାକୁ ଯାଉଛି ନନ୍ଦନକାନନ। ଦୀର୍ଘ ୩ ମାସ ହେଲା କୋଭିଡ୍ ଦ୍ବିତୀୟ ଲହରର ଭୟାବହତା ଯୋଗୁ ବନ୍ଦ ରହିଥିଲା ପ୍ରାଣୀ ଉଦ୍ୟାନ। ପର୍ଯ୍ୟଟକ ମାନଙ୍କୁ କେବଳ ଦୂରରୁ ଦେଖିବାକୁ ଅନୁମତି ମିଳିଛି ,ପାଖକୁ ଯାଇ ପାରିବେ ନାହିଁ, ସିଂହ ସଫାରୀ ବନ୍ଦ ରହିବ।
ପ୍ରବେଶ ପଥରେ ଥର୍ମାଲ ସ୍କାନିଂ କରାଯିବ, ପର୍ଯ୍ୟଟକ ମାନଙ୍କ ଭିତରେ ଯେଭଳି ସାମାଜିକ ଦୂରତା ରହିବ ତା ଉପରେ ନଜର ରଖାଯିବ, ୬୫ ବର୍ଷ ବୟସରୁ ଅଧିକ ବ୍ୟକ୍ତି ଓ ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଅନୁମତି ମିଳିବ ନାହିଁ। ଅନଲାଇନ ଏବଂ ଅଫଲାଇନରେ ଟିକଟ ମିଳିବ। କାଶ, ଥଣ୍ଡା ଓ ଜ୍ବର ଲକ୍ଷଣ ଥିବା ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ ଏହା ସହିତ ପର୍ଯ୍ୟଟକମାନେ ନିଜ ସହ ଖାଇବା ଜିନିଷ ସାଙ୍ଗରେ ନେଇପାରିବେ ନାହିଁ।

Leave A Reply

Your email address will not be published.