ନାଗ ପଞ୍ଚମୀ

19

ଆଜି ହେଉଛି ତେଲଗୁ ସମ୍ପ୍ରଦାୟର ପବିତ୍ର ନାଗ ପଞ୍ଚମୀ I ତେଲୁଗୁ ସମାଜର ଅନ୍ୟ ପାରମ୍ପରିକ ପୂଜା ପରି ଏହି ନାଗ ପୂଜା କରାଯାଇଥାଏ I ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ର ସ୍ଥାନୀୟ ଲୋକଙ୍କ ମତରେ ଏହା ଏକ ଶୁଭଦିନ I ଦୀପାବଳି ଅମାବାସ୍ୟା ର ୪ ଦିନ ପରେ ହିଁ ନାଗଲ ଚତୁର୍ଥୀ ପାଳନ କରାଯାଏ I ତାମିଲନାଡୁ ର କେତେକ ଗ୍ରାମରେ ମନ୍ଦିର ମାନଙ୍କରେ ନାଗସାପ ର ପ୍ରତିମୁର୍ତି ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରାଯାଇଥାଏ I ଅନ୍ୟ କେତେକ ମହିଳା, ପୁରୁଷ, ଛୋଟପିଲାମାନେ ଏକତ୍ରିତ ହୋଇ ଏକ ଉଈ ହୁଙ୍କା ମୂଳରେ ଅଣ୍ଡା, କ୍ଷୀର, ଦେଇ ନାଗ ଦେବତାକୁ ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି ।
କିମ୍ବଦନ୍ତୀ କହେ ନିଃସନ୍ତାନ ଦମ୍ପତିମାନେ ନାଗ ଦେବତାଙ୍କୁ ପୂଜାର୍ଚ୍ଚନା କଲେ ସେମାନଙ୍କ ମନସ୍କାମନା ପୂର୍ଣ୍ଣ ହେବା ସହ ପରିବାର ମଙ୍ଗଳ ରହିବା ସହିତ ପିଲାମାନେ ସୁସ୍ଥ, ନିରୋଗ ଓ ମଙ୍ଗଳମୟ ଜୀବନଯାପନ କରନ୍ତି ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.