ନାଗ ବ୍ଲାକ୍‌ମେଲିଂ ମାମଲା: ପୁଣି ଡ୍ରାଇଭର ଚନ୍ଦନଙ୍କୁ ମାରାଥନ୍ ଜେରା

18

ଭୁବନେଶ୍ୱର: ବ୍ଲାକ୍‌ମେଲିଂ ଓ ହନିଟ୍ରାପ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦଙ୍କ ଗୁମର ଖୋଲିଛନ୍ତି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ । ଦ୍ୱିତୀୟ ଥର ଇଡି ଅଧିକାରୀ ଚନ୍ଦନକୁ ଜେରା କରିଥିଲେ । ଦୀର୍ଘ ୪ଘଣ୍ଟାରେ ଜେରା ପରେ ଚନ୍ଦନ ଇଡି ଅଧିକାରୀଙ୍କୁ ଅର୍ଚ୍ଚନାର ବ୍ଲାକ୍‌ମେଲିଂ ଓ କଳା ସାମ୍ର।।ଜ୍ୟର କାରବାର ସମ୍ପର୍କରେ ସତ ଓଗାଳିଛନ୍ତି । ଅର୍ଚ୍ଚନାଙ୍କ ଡିଲ୍ ପାଇଁ କେଉଁ କେଉଁ ସ୍ଥାନକୁ ନେଇଛନ୍ତି; ସବୁ କିଛିର ଖୁଲାସା କରିଛନ୍ତି ସେ ଇଡି ଆଗରେ । ବାହାରକୁ ଆସି ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଚନ୍ଦନ କହିଛନ୍ତି, ସେ ଇଡି ଅଧିକାରୀଙ୍କୁ ତଦନ୍ତରେ ସମ୍ପୂୂର୍ଣ୍ଣଭାବେ ସହଯୋଗ କରୁଛନ୍ତି । ଇଡି ଅଧିକାରୀ ଅର୍ଚ୍ଚନା ସମ୍ପର୍କରେ ଯାହା ବି ଜାଣିବାକୁ ଚାହିଁଥିଲେ ସେ ତାହାର ଉତ୍ତର ଦେଇଛନ୍ତି । ଅର୍ଚ୍ଚନାଙ୍କୁ କେବେଠୁ ଜାଣିଲ? ସେ ମାସକୁ କେତେ ଟଙ୍କା ଦରମା ଦେଉଥିଲେ? ତୁମ ଆକାଉଣ୍ଟକୁ ଅର୍ଚ୍ଚନା ଏତେ ଟଙ୍କା କ’ଣ ପାଇଁ ପଠାଇଥିଲା । ଆଦି ଅନେକ ବିଷୟରେ ପଚରାଉଚରା କରିଥିଲା ଇଡି । ଅନ୍ୟପଟେ ଶ୍ରଦ୍ଧାଞ୍ଜଳିଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କାର କାରବାର ହୋଇଥିବା ଇଡିକୁ ତଥ୍ୟ ହାସଲ ହୋଇଛି । କିଏ ଓ କାହିଁକି ଶ୍ରଦ୍ଧାଞ୍ଜଳିଙ୍କୁ ଟଙ୍କା ପଠାଇଥିଲେ ଏ ନେଇ ଇଡି ଖୋଳତାଡ଼ ଚଳାଇଛି । ଅନ୍ୟପଟରେ ଇଡି ନୋଟିସ୍ କରିଥିବା ୩ଜଣ ବ୍ୟବସାୟୀ ମଙ୍ଗଳବାର ହାଜର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେମାନେ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥଲେ । ଲକ୍ଷାଧିକ ଟଙ୍କା ସେମାନେ ଅର୍ଚ୍ଚନା ପାଖକୁ କାହିଁକି ପଠାଇଥିଲେ? ଏନେଇ ପଚରାଉଚରା କରିବ ଇଡି । ପୂର୍ବରୁ ନାଗ ଦମ୍ପତି ଏବଂ ଖଗେଶ୍ୱର ମଧ୍ୟରେ ହୋଇଥିବା ୩୭ ଲକ୍ଷ ଟ୍ରାଞ୍ଜାକ୍‌ସନ୍‌ର ହିସାବ ପାଇଥିଲା ଇଡି । ଖଗେଶ୍ୱର ଓ ତା’ ମାଲିକାନାରେ ଥିବା ସୁପ୍ରିମ୍ ଅଟୋମୋବାଇଲ୍ ସହ ୫ଥର ଟଙ୍କା ନେଣଦେଣ କରିଛନ୍ତି ଅର୍ଚ୍ଚନା ଓ ଜଗବନ୍ଧୁ । ତେବେ ୫ ଥରରେ ପ୍ରାୟ ୩୭ ଲକ୍ଷ ଟଙ୍କା କାରବାର ହୋଇଥିବା ବେଳେ ଦ୍ୱିତୀୟ ଟ୍ରାଞ୍ଜାକ୍‌ସନରେ ସୁପ୍ରିମ୍ ଅଟୋମୋବାଇଲ୍ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଆକାଉଣ୍ଟକୁ ଯାଇଛି ସର୍ବାଧିକ ୨୨ଲକ୍ଷ ୬୦ ହଜାର ଟଙ୍କା । ଏତେ ଟଙ୍କାର ଟ୍ରାଞ୍ଜାକ୍‌ସନ ଅର୍ଚ୍ଚନା ଓ ଜଗବନ୍ଧୁ ସହ କାହିଁକି ହୋଇଥିଲା ତାହା ବାରମ୍ବାର ଜେରା ପରେ ମଧ୍ୟ ଖଗେଶ୍ୱର ଲୁଚାଇଥିଲା । ଯେଉଁଥିପାଇଁ ଖଗେଶ୍ୱରକୁ ତୃତୀୟ ଥର ରିମାଣ୍ଡ ପାଇଁ ଇଡି ଆବେଦନ କରିଥିଲା । ହେଲେ କୋର୍ଟ ତାଙ୍କୁ ଅନୁମତି ଦେଇନଥିଲେ । ତେଣୁ ଆସନ୍ତା ୩୦ରେ ନାଗ ଦମ୍ପତିି କୋର୍ଟରେ ହାଜର ହେବା ପରେ ଇଡି ତାଙ୍କୁ ରିମାଣ୍ଡରେ ନେଇ ମାରାଥନ୍ ଜେରା କରିବ ବୋଲି ଜଣାପଡ଼ିଛି ।

Comments are closed, but trackbacks and pingbacks are open.