ଆସନ୍ତାକାଲି ଓଡ଼ିଶା ଆସିବେ ନଡ୍ଡା

27

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଗୁରୁବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓଡ଼ିଶା ଆସିବେ । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଦଳୀୟ ଅଫିସରେ ପହଞ୍ଚିବେ । ଏହି ଅବସରରେ ଦଳୀୟ ସାଂସଦ, ବିଧାୟକ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।  ଏହାଛଡ଼ା ଦଳୀୟ ସଦସ୍ୟତା ଅଭିଯାନ ନେଇ ମଧ୍ୟ ଜେ ପି ନଡ୍ଡା ପରାମର୍ଶ ଦେବେ  ।ଶ୍ରୀ ନଡ୍ଡା ସକାଳ ୧୧.୩୦ରୁ  ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦଳୀୟ ଅଫିସରେ ରହିବେ । ଏହା ପରେ ସୁଆଣ୍ଡୋ ଗସ୍ତ ନେଇ କାର୍ଯ୍ୟକ୍ରମ ରହିଛି । 

Comments are closed, but trackbacks and pingbacks are open.