୨୦୨୪ ପର୍ଯ୍ୟନ୍ତ ବିଜେପି ସଭାପତି ରହିବେ ନଡ୍ଡା

146

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି । ୨୦୨୩ ଜାନୁଆରୀ ୨୦ ସୁଦ୍ଧା ନଡ୍ଡାଙ୍କ ତିନିବର୍ଷୀୟା କାର୍ଯ୍ୟକାଳ ପୂରିଯାଉଛି । ତେବେ ୨୦୨୨-୨୩ରେ ଗୁଜରାଟ ସମେତ ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ସଭାପତି ପଦ ପାଇଁ ନିର୍ବାଚନ କରାଯିବ ନାହିଁ ବୋଲି ହାଇକମାଣ୍ଡ ନିଷ୍ପତ୍ତି ନେଇଥିବା କୁହାଯାଇଛି । ବିଜେପି ସମ୍ବିଧାନ ଅନୁଯାୟୀ ଜଣେ ବ୍ୟକ୍ତି କ୍ରମାଗତ ଦୁଇଟି ପାଳି (ପ୍ରତ୍ୟେକ ୩ ବର୍ଷ) ସଭାପତି ଦାୟିତ୍ୱରେ ରହିପାରିବେ ।

Comments are closed, but trackbacks and pingbacks are open.