ବ୍ରହ୍ମପୁରରେ ଗୁରୁମନ୍ତ୍ର ଦେଇ ଫେରିଲେ ନଡ୍ଡା

145

ଭୁବନେଶ୍ଵର: ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ପରେ ଫେରିଛନ୍ତି ନଡ୍ଡା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁରରୁ ଭୁବନେଶ୍ଵର ଫେରିଛନ୍ତି। ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ସ୍ଵତନ୍ତ୍ର ହେଳିକପ୍ଟରରେ ଭୁବନେଶ୍ଵର ଆସି ହାଇଦ୍ରାବାଦ ଯାଇଛନ୍ତି। ରବିବାର ନେତା ଓ କର୍ମୀଙ୍କୁ ନିଜ ସମ୍ବୋଧନରେ ରାଜ୍ୟ ସରକାରଙ୍କ ବିରୋଧରେ ଲଢିବା ପାଇଁ ଜୋସ୍ ଭରିଛନ୍ତି।

ବ୍ରହ୍ମପୁର ଆମ୍ବପୁଆରେ ବିଶାଳ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ ଓଡିଶା ରେ ଚାଳିଥିବା ବାବୁରାଜ୍ ଓ ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗ ଉଠାଇ ପ୍ରବଳ ବର୍ଷିଥିଲେ। ଚିଟଫଣ୍ଡ ଦୁର୍ନୀତିରେ ବୁଡିଥିବା ସରକାରକୁ ଏଠି ରହିବା ଦରକାର ନାହିଁ। ଏହାକୁ ବଦଳାଇବା ଦରକାର ବୋଲି ଦୃଢତାର ସହ କହିଥିଲେ ।

ତା ସହ ଗୋପାଳପୁରରେ ଏକ ଜରୁରୀ ବୈଠକ ମଧ୍ୟ ବସିଥିଲା। ଯେଉଁଥିରେ ଦକ୍ଷିଣ ଓଡିଶାର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ। ନଡ୍ଡାଙ୍କ ଏହି ଅଭିଭାଷଣ ଦକ୍ଷିଣ ଓଡିଶାର ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରିଛି।

Comments are closed, but trackbacks and pingbacks are open.