ଆଲୋକୀକରଣ ଏବଂ ସଫେଇ କାର୍ଯ୍ୟ ପାଇଁ ଦେଢ଼କୋଟି ଟଙ୍କା ଲେଖାଏଁ ଘୋଷଣା

72

ଭୁବନେଶ୍ୱର:ଓଡ଼ିଶାର ସହରଗୁଡିକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ଭାବେ ଗଢିତୋଳିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ୩୧ ଡିସେମ୍ବର ୨୦୨୫ରେ ନୂଆ ୪ଟି ବିଜ୍ଞାପିତ ଅଞ୍ଚଳକୁ ମିଶାଇ ସମୁଦାୟ ୨୮ଟି ଏନ୍‌ଏସି ମାନ୍ୟତା ପାଇଛି । ସବୁଥିରେ ନୂତନ କାର୍ଯ୍ୟାଳୟ ସ୍ଥାପନ ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯୋଜନା କରାଯାଉଛି ।ଏଥି ପାଇଁ ୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପ୍ରତି ଏନଏସିକୁ ପରିମଳ, ଆଲୋକୀକରଣ ଏବଂ ସଫେଇ କାର୍ଯ୍ୟ ପାଇଁ ଦେଢ଼କୋଟି ଟଙ୍କା ଲେଖାଏଁ ଅର୍ଥରାଶି ମଞ୍ଜୁର କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ।

Comments are closed, but trackbacks and pingbacks are open.