ପ୍ରତିନିଧିଙ୍କ ଅଧିକାରର ସୁରକ୍ଷା ପାଇଁ ସୁପ୍ରିମ କୋର୍ଟ ଯିବ ବିଜେଡି : ନବୀନ

70

ଭୁବନେଶ୍ୱର: ନବୀନ ନିବାସ ଠାରେ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପ୍ରାୟ ୫୦ରୁ ଅଧିକ ପଞ୍ଚାୟତ ସମିତିର ଚେୟାରମ୍ୟାନ। ନବୀନଙ୍କୁ ଭେଟି ପଞ୍ଚାୟତର ନିର୍ବାଚିତ ପ୍ରତିନଧିମାନଙ୍କ ପ୍ରଶାସନିକ ଓ ଆର୍ଥିକ କ୍ଷମତା ସଂକୋଚନ ପାଇଁ ରାଜ୍ୟ ସରକାରଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୁଦ୍ଧରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତିରେ ନିନ୍ଦା କରିଥିଲେ ଏବଂ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ବିଜେଡିର ଲଢେଇ ଜାରି ରହିବ ବୋଲି କହିଥିଲେ। ବର୍ତ୍ତମାନ ଏ ବିଷୟ ମାନ୍ୟବର ହାଇକୋର୍ଟଙ୍କ ପାଖ ରେ ବିଚରାଧୀନ ରହିଛି। ଆବଶ୍ୟକ ପଡିଲେ ବିଜେଡି ଏଥିପାଇଁ ସୁପ୍ରିମକୋର୍ଟ ଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିନିଧି ଦଳଙ୍କୁ କହିଥିଲେ।

ଏହି ଆଲୋଚନା ସମୟରେ ପଞ୍ଚାୟତ ସମିତି ଚେୟାରମ୍ୟାନମାନଙ୍କ ସହିତ ବିଧାୟକ ସାରଦା ଜେନା, ନବ ମଲ୍ଲିକ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ସର୍ବଶ୍ରୀ ଉମା ସାମନ୍ତରାୟ, ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.