ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ପୁନଃତଦନ୍ତ ଚାଲିଛି। କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡ଼ା ପରେ ଏବେ ବ୍ରହ୍ମପୁରରେ ଆସି ଖୋଳତାଡ଼ କରୁଛି। ଗୁରୁବାର ମାମଲାର ଅଭିଯୁକ୍ତ ପୂର୍ବତନ ପୋଲିସ ଏସ୍ଆଇ ଗୋପାଳ ଦାସଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିଲା। ଶୁକ୍ରବାର ଗୋପାଳଙ୍କ ଜଣେ ପୋଲିସ ବନ୍ଧୁ ଓ ଜଣେ ବସ୍ କଣ୍ଡକ୍ଟରଙ୍କୁ ଜେରା କରିଛି କ୍ରାଇମ୍ବ୍ରାଞ୍ଚ ଟିମ୍। ଏହି ୨ ଦିନର ଜେରାରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ମାମଲାରେ ଯେଉଁଠି ଯାହାକୁ ସନ୍ଦେହ କରାଯାଉଛି, ସେଠି ସେମାନଙ୍କୁ ଥାନାକୁ ଡାକି ପଚରାଉଚରା ଚାଲିଛି ।
Comments are closed, but trackbacks and pingbacks are open.