ରହସ୍ୟମୟ ମନ୍ଦିର: ବର୍ଷା ହେବାର ୬ -୭ ଦିନ ପୂର୍ବରୁ ଦେଇଥାଏ ସୂଚନା,ଏହାର ନିର୍ମାଣ ରହିଛି ଅଗୋଚର

35

ଭାରତ ଏକ ରହସ୍ୟରେ ପରିପୂର୍ଣ୍ଣ ଦେଶ I ଭାରତ ରେ ବିଭିନ୍ନ ରାଜ୍ୟରେ ଏପରି ଅନେକ ମନ୍ଦିର ଅଛି,ଯାହା କି ଅତ୍ୟନ୍ତ ରହସ୍ୟମୟ,କିଛି ବିଷୟ ଆଜି ପର୍ଯ୍ୟନ୍ତ କେହି ଜାଣିବାକୁ ସକ୍ଷମ ହୋଇନାହାଁନ୍ତି I ଏହି ରହସ୍ୟ ଦେଖି ବିଦେଶୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି I ସେହିଭଳି ରହସ୍ୟରେ ପରିପୂର୍ଣ୍ଣ ଏକ ମନ୍ଦିର ରହିଛି ଥା ହେଉଛି କାନପୁରର ପ୍ରଭୁ ଜଗନ୍ନାଥ ମନ୍ଦିର I ଏହି ମନ୍ଦିରର ସବୁଠାରୁ ବଡ ରହସ୍ୟ ହେଉଛି ବର୍ଷା ବିଷୟରେ ଏହା ପୂର୍ବାନୁମାନ କରିଥାଏ I ଆସନ୍ତୁ ଜାଣିବା ଏହି ରହସ୍ୟ ମୟ ମନ୍ଦିର ବିଷୟରେ :

ଦୂର-ଦୂରାନ୍ତ ରୁ ଆସନ୍ତି ଦର୍ଶନ ପାଇଁ :

ଉତ୍ତରପ୍ରଦେଶର କାନପୁରର ବେହେଟା ଗ୍ରାମରେ ଭଗବାନ ଜଗନ୍ନାଥଙ୍କ ଏକ ମନ୍ଦିର ଅବସ୍ଥିତ। ଏହା ଭିତରଗାଓଁ ବ୍ଲକ ଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଛି I ଏହି ମନ୍ଦିରଟି ବହୁତ ପ୍ରସିଦ୍ଧ ଏବଂ ଦୂରଦୂରାନ୍ତରୁ ଲୋକମାନେ ଏଠାକୁ ଦର୍ଶନ ପାଇଁ ଆସନ୍ତି I କୁହାଯାଏ ଯେ ଏହି ମନ୍ଦିର ବର୍ଷା ପୂର୍ବରୁ ପୂର୍ବାନୁମାନ କରିଥାଏ। ଏହି ମନ୍ଦିର ଚାରିପାଖରେ ରହୁଥିବା ଲୋକମାନେ କୁହନ୍ତି ଯେ ବର୍ଷା ହେବାର ୬ -୭ – ଦିନ ପୂର୍ବରୁ ଏହି ମନ୍ଦିରର ଛାତରୁ ପାଣି ବୁନ୍ଦା ପଡିବା ଆରମ୍ଭ କରିଥାଏ I ଲୋକମାନେ କୁହନ୍ତି ଯେ ପାଣି ବୁନ୍ଦାର ଆକାର ଅନୁସାରେ ବର୍ଷା ର ପରିମାଣ ଅନୁମାନ କରା ଯାଇଥାଏ I

ମନ୍ଦିର ରେ ରହିଛି ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତି

ଏହି ମନ୍ଦିରର ରହସ୍ୟ କେବଳ ବର୍ଷା ପୂର୍ବାନୁମାନ କରି ନ ଥାଏ ସ୍ଥାନୀୟ ଲୋକମାନେ କହନ୍ତି ବର୍ଷା ର ପରିମାଣ ଯେତିକି କମି କମି ଆସୁଥାଏ ମନ୍ଦିରର ଛାତ ଭିତରୁ ସମ୍ପୂର୍ଣ୍ଣ ଶୁଖିଯାଏ। ଏଠାରେ ଥିବା ପୂର୍ବ ପୁରୁଷ ମାନେ କୁହନ୍ତି କି ମନ୍ଦିର କେତେ ପୁରୁଣା ତାହା ଆଜି ପର୍ଯ୍ୟନ୍ତ କେହି କହିପାରିବେ ନାହିଁ। ମନ୍ଦିର ଭିତରେ ଭଗବାନ ଜଗନ୍ନାଥଙ୍କ ମୂର୍ତି ପୂଜା ପାଆନ୍ତି । ଏହି ମୂର୍ତିରେ ଭଗବାନ ଶ୍ରୀ ହରି ବିଷ୍ଣୁଙ୍କର ୨୪ ଅବତାର ଦେଖିବାକୁ ମିଳିଥାଏ I ଏହି ୨୪ ଅବତାର ମଧ୍ୟରେ କଳୀ ଯୁଗରେ ଅବତାରିତ ପ୍ରଭୁ କଲ୍କିଙ୍କ ମୂର୍ତି ମଧ୍ୟ ରହିଛି I ଏହି ମନ୍ଦିରର ଚୂଡ଼ାରେ ଏକ ଚକ୍ର ଲାଗିଛି , ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ମନ୍ଦିର ତଥା ଆଖପାଖରେ ବର୍ଷା ସମୟରେ କୌଣସି ବଜ୍ରପାତ ହୋଇନାହିଁ।

Comments are closed, but trackbacks and pingbacks are open.