‘ମୋ ମନ୍ତ୍ରୀ ମାନେ ହିନ୍ଦୀ କିମ୍ବା ଇଂରାଜି ବୁଝନ୍ତି ନାହିଁ ‘: ମୁଖ୍ୟ ଶାସନ ସଚିବଙ୍କୁ ବଦଳାଇବା ପାଇଁ ଚିଠି ଲେଖିଲେ ମିଜୋରାମ ମୁଖ୍ୟମନ୍ତ୍ରୀ

16

‘ମୋ ମନ୍ତ୍ରୀ ମାନେ ହିନ୍ଦୀ କିମ୍ବା ଇଂରାଜି ବୁଝନ୍ତି ନାହିଁ ‘ତେଣୁ କେନ୍ଦ୍ର ସରକାର ମିଜୋରାମ ପାଇଁ ନିଯୁକ୍ତ କରିଥିବା ମୁଖ୍ୟ ଶାସନ ସଚିବଙ୍କୁ ବଦଳାଇ ଦିଅନ୍ତୁ । ଏହି ବିଷୟରେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଉଦ୍ଦେଶ୍ୟରେ ମିଜୋରାମ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି I ମିଜୋରାମ ମୁଖ୍ୟମନ୍ତ୍ରୀ ପିୟୁ ଜୋରାମଥାଙ୍ଗା ଲେଖିଛନ୍ତି କି ମିଜୋରାମର ମନ୍ତ୍ରୀମାନେ ହିନ୍ଦୀ ବୁଝି ପାରନ୍ତି ନାହିଁ। କିଛି ଲୋକଙ୍କୁ ଇଂରାଜୀ ମଧ୍ୟ ଜଣାନାହିଁ। ତେଣୁ ରେଣୁ ଶର୍ମାଙ୍କ ବଦଳରେ ଏବେ ଅତରିକ୍ତ ଶାସନ ସଚିବ ଭାବେ କାମ କରୁଥିବା ଜେସି ରାମଥାଙ୍ଗାଙ୍କୁ ଉକ୍ତ ପଦରେ ନିଯୁକ୍ତି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଚିଠିରେ ଉଲ୍ଲେଖ କରିଛନ୍ତି। ମିଜୋ ଭାଷା ଜାଣି ନଥିବା ଅଧିକାରୀ କେବେ ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ କାମ କରିପାରିବେ ନାହିଁ ବୋଲି ସେ କହିଛନ୍ତି।

ସୂଚନାନୁସାରେ,ଅକ୍ଟୋବର ୨୮ରେ କେନ୍ଦ୍ର ସରକାର ୧୯୮୮ ବ୍ୟାଚର ଏଜିଏମୟୁଟି କ୍ୟାଡର ଆଇଏଏସ୍‌ ରେଣୁ ଶର୍ମାଙ୍କୁ ମିଜୋରାମର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଥିଲେ। ନଭେମ୍ବର ୧ରୁ ତାଙ୍କୁ ଦାୟିତ୍ୱ ନେବାକୁ କୁହାଯାଇଥିଲା।

ମିଜୋରାମ ମୁଖ୍ୟମନ୍ତ୍ରୀ ଚିଠିରେ କହିଛନ୍ତି, “ମୋ ମୁଖ୍ୟ ଶାସନ ସଚିବ ଭାବେ କାମ କରୁଥିବା ଗୁଜରାଟ କ୍ୟାଡର ଲାଲନୁନମାୱି ଚଉଗୋ ଅବସର ନେବା ପରେ ମୁଁ ମଣିପୁର କ୍ୟାଡର ତଥା ଅତରିକ୍ତ ଶାସନ ସଚିବ ଭାବେ କାମ କରୁଥିବା ଜେସି ରାମଥାଙ୍ଗାଙ୍କୁ ଉକ୍ତ ପଦରେ ନିଯୁକ୍ତ କରିବାକୁ ଅନୁରୋଧ କରିଥିଲି।କିନ୍ତୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରେଣୁ ଶର୍ମାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଛି। କିନ୍ତୁ ମିଜୋ ସରକାର ରେ ଥିବା ମନ୍ତ୍ରୀମାନେ ହିନ୍ଦୀ କିମ୍ବା ଇଂରାଜୀ ବୁଝୁ ନଥିବାରୁ ଏପରି ସ୍ଥିତିରେ ରାଜ୍ୟର କାମ କେମିତି ହେବ? ମିଜୋ ଭାଷା ଜାଣି ନଥିବା ଅଧିକାରୀଙ୍କ ସହ କାମ ହୋଇପାରିବ ନାହିଁ।

ଏହି କାରଣ ପାଇଁ ମିଜୋରାମ ଗଠନ ହେବା ଦିନ ଠାରୁ କେବେ ହେଲେ କେନ୍ଦ୍ର ସରକାର ମିଜୋ ଭାଷା ଜାଣି ନଥିବା ଅଧିକାରୀଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ଦେଇନାହାନ୍ତି।

Leave A Reply

Your email address will not be published.