ପ୍ରିୟଙ୍କା ଗାନ୍ଧୀ କହିଲେ’ମୋ ପିଲାମାନଙ୍କର ଇନଷ୍ଟାଗ୍ରାମ ମଧ୍ୟ ହ୍ୟାକ୍ କରାଯାଉଛି’, ସରକାରଙ୍କର ଆଉ କିଛି କାମ ନାହିଁ କି?

15

ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅଭିଯୋଗର ଚାରିଆଡ଼େ ଚାଲିଛି । ୟୁପି ସରକାରଙ୍କ ବିରୋଧରେ ପ୍ରିୟଙ୍କା ଗାନ୍ଧୀ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ତାଙ୍କ ପିଲାମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଛି। ସେ ଥଟ୍ଟା କରି କହିଛନ୍ତି କି ସରକାରଙ୍କର ଆଉ କିଛି କାମ ନାହିଁ କି ??
ସୂଚନା ଥାଉ କି ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ୟୁପି ରାଜନୀତି ସରଗରମ ରହିଛି I ଏହି ସମୟରେ ବିରୋଧୀ ଦଳ ର ଫୋନ୍ ଟ୍ୟାପ୍ କରିବା ବିଷୟ କୁ ନେଇ ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଆରୋପ ଲଗାଇଛନ୍ତି ଅଖିଳେଶ ସିଂ ହଁ ମଧ୍ୟ କହିଛନ୍ତି କି ସମାଜବାଦୀ ପାର୍ଟି କାର୍ଯ୍ୟାଳୟ ର ସମସ୍ତ ଫୋନ ଟ୍ୟାପିଂ ହେଉଛି ଏବଂ ଏହାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ କରାଉଛନ୍ତି ଇ ଏପରିକି ସାମ୍ବାଦିକ ମାନେ କରୁଥିବା ଫୋନ କଲକୁ ମଧ୍ୟ ଟ୍ୟାପିଂ ହେଉଥିବା କଥା କହିଛନ୍ତି ଅଖିଳେଶ ସିଂ ଯାଦବ I
ସେହିଭଳି ରବିବାର ଦିନ ସରକାର ଙ୍କୁ କଟାକ୍ଷ କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି ସରକାର ଙ୍କ କାମ ହେଉଛି ରାଜ୍ୟ ର ବିକାଶ କରିବା, ଲୋକମାନଙ୍କର ସମସ୍ୟା ର ସମାଧାନ କରି ଅତ୍ୟାଚାର କୁ ରୋକିବା ,କିନ୍ତୁ ସରକାର ଲୋକ ମାନଙ୍କର ଫୋନ ଟ୍ୟାପିଂ ରେ ବ୍ୟସ୍ତ ରହୁଥିବା ହେତୁ ତାଙ୍କ ପାଖରେ ଏହି ସବୁ କମ ପାଇଁ ସମୟ ନାହିଁ I ଏହା ସହିତ ସେ ସରକାର ଙ୍କୁ ତାଚ୍ଛଲ୍ୟ କରି କହିଛନ୍ତି କି ଆଜି ପିଏମ ମୋଦି ଙ୍କର ପ୍ରୟାଗରାଜ ରେ ମହିଳା ସଶକ୍ତି କରଣ କାର୍ଯ୍ୟକ୍ରମରେ ଯୋଗଦେବା କଥା ମନେ ପଡିଲା କାହିଁକି ନା ସେ ଯେବେଠୁଁ ନାରା ଦେଇଥିଲେ ‘ ଲଡକୀ ହୁଁ ,ଲଢ଼ଶକ୍ତି ହୁଁ ‘ ତା ପରଠୁ ନାରୀ ଶକ୍ତି ର ଜାଗରଣ ହେଇଛି I ଏବଂ ଏଥିପାଇଁ ମୁ ବହୁତ ଖୁସି ଅଛି I

Leave A Reply

Your email address will not be published.