ରାଜଧାନୀରେ ପୁଣି ମୋ ବସ୍ କଲା ଦୁର୍ଘଟଣା

88

ଭୁବନେଶ୍ୱର: ରାଜଧାନୀରେ ପୁଣି ମୋ ବସ୍ କଲା ଦୁର୍ଘଟଣା। ମର୍ସିଡିଜ୍‌ କାରକୁ ପିଟିଲା ବସ୍।‌ ମୋ ବସ୍‌ ଧକ୍କାରେ ମର୍ଶିଡିଜ୍ ପଛ ଚେପା ହୋଇଛି। ଇନ୍‌ଫୋସିଟି ଛକ ନିକଟରେ ଘଟିଛି ଦୁର୍ଘଟଣା। ତେବେ କାର୍ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ମୋ ବସ୍‌ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଥିବା ଜଣାପଡିଛି।  ଅନ୍ୟପଟେ ମୋ ବସ୍‌ରେ ଯାତ୍ରାକାରୁଥିବା ଯାତ୍ରୀମାନଙ୍କୁ ଆଉ ଏକ ଗାଡ଼ିରେ ଛାଡ଼ିବାକୁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

Comments are closed, but trackbacks and pingbacks are open.