ଜଳିଗଲା ‘ମୋ ବସ୍’: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

33

ରାଉରକେଲା: ରାଉରକେଲା ସ୍ମାର୍ଟ୍ ସିଟି ସହରର ଟି ସି ଆଇ ଛକ ନିକଟରେ ଜଳିଗଲା ‘ମୋ ବସ୍’। ତେବେ ବସରେ ବସିଥିବା ଯାତ୍ରୀମାନେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। କେଉଁ କାରଣରୁ ବସ ରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଘଟଣାସ୍ଥଳକୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed, but trackbacks and pingbacks are open.