ଟ୍ୱିଟର ସିଇଓ ପଦ ଛାଡ଼ିବେ ମସ୍କ୍‌ !

23

ୱାଶିଂଟନ: ଚଳିତବର୍ଷ ନଭେମ୍ବରରେ ସୋସିଆଲ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ମାଲିକାନା ସ୍ୱତ୍ୱ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ଏଲୋନ ମସ୍କ୍‌ଙ୍କ ହାତକୁ ଯାଇଛି । ପ୍ରଥମ ଦିନରୁ ମସ୍କ୍ କମ୍ପାନୀର ଏକାଧିକ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର ଓ ଶତାଧିକ କର୍ମଚାରୀଙ୍କୁ ଛଟେଇ କରିଥିବାବେଳେ ନିଜକୁ ସିଇଓ ପଦରେ ଅବସ୍ଥାପିତ କରିଛନ୍ତି । ତାଙ୍କର ଏକାଧିକ ବିବାଦୀୟ ନିଷ୍ପତ୍ତି ଯୋଗୁଁ ଶତାଧିକ କର୍ମଚାରୀ ଚାକିରୀ ଛାଡି ଅନ୍ୟତ୍ର ପଳାୟନ କରିଥିବାବେଳେ ଆଉ କେତେକ ଅନିଶ୍ଚିତ ଭବିଷ୍ୟତକୁ ନେଇ କମ୍ପାନୀରେ ପଡିରହିଛନ୍ତି । ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ହେବାପରେ ସିଇଓ ପଦରୁ ଅବ୍ୟାହତି ନେବାକୁ ମସ୍କ୍ ଚିନ୍ତା କରୁଥିବା ଜଣାପଡିଛି । ତେବେ ଚୂଡାନ୍ତ ନିଷ୍ପତ୍ତି ନେବାପୂର୍ବରୁ ସେ ଟ୍ୱିଟର ଉପଭୋକ୍ତାଙ୍କ ମତାମତ ଲୋଡିଛନ୍ତି । ‘ମୁଁ ସିଇଓ ପଦ ଛାଡିବା ଉଚିତ କି?’ ବୋଲି ସେ ଉପଭୋକ୍ତାଙ୍କୁ ପ୍ରଶ୍ନ କରିଛନ୍ତି । ମତାମତ ମିଳିବାପରେ ସେ ଏହାକୁ ସମ୍ମାନ ଜଣାଇବେ ବୋଲି ମସ୍କ୍ ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed, but trackbacks and pingbacks are open.