ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ ଆଉ ନାହାନ୍ତି

18

ଓଡ଼ିଆ ସିନେ ଜଗତର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସରୋଜ ପଟ୍ଟନାୟକ ଆମ ଗହଣରେ ଆଉ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଗୁରୁବାର ରାତି ୮.୩୦ ରେ ବାରିପଦା ବଡ଼ ବଜାର ସ୍ଥିତ ତାଙ୍କ ବାସଭନବରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସରୋଜ ପଟନାୟକ ଙ୍କ ଗୋଡ ଭାଙ୍ଗିଯିବାରୁ ସେ ନିଜ ବାସଭବନରେ ଶଯ୍ୟାଶାୟୀ ଥିଲେ I ୨ ଜୁନ ୧୯୪୦ ମସିହାରେ ଜନ୍ମ ସରୋଜ ପଟ୍ଟନାୟକ ବୃତ୍ତିରେ ଜଣେ ଇଞ୍ଜିନିୟର ଥିଲେ I ସେ ୧୯୭୭ ମସିହାରେ ଅଭିମାନ ଚଳଚ୍ଚିତ୍ର ଜରିଆରେ ସେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ଫୁଲଚନ୍ଦନ, ଝିଅଟି ସୀତା ପରି, ଅଭିଳାଷ ଓ ହାକିମବାବୁ,ମୋ ମନ ଖାଲି ତୋରି ପାଇଁ, ଭଳି ବହୁ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ରଚନା ମଧ୍ୟ କରିଥିଲେ। ଫିଲ୍ମ ଅଭିଳାଷ ଓ ଫୁଲଚନ୍ଦନ ପାଇଁ ସେ ଶ୍ରେଷ୍ଠ ସଙ୍ଗୀତକାର ପୁରସ୍କାର ମଧ୍ୟ ହାସଲ କରିଥିଲେ। ତାଙ୍କ ବିୟୋଗ ରେ ସଂଗୀତ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତ ବ୍ୟକ୍ତ କରିଛନ୍ତି I

Leave A Reply

Your email address will not be published.