ଘରେ ପଶି ଧାରୁଆ ଅସ୍ତ୍ରରେ କାଟିଲେ ଯୁବତୀଙ୍କୁ…

1,283

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରେ ପଶି ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଧାରୁଆ ଅସ୍ତ୍ରରେ କାଟିଲେ ଯୁବକ । ଏକତରଫା ପ୍ରେମରୁ ହତ୍ୟାକାଣ୍ଡ ଘଟିଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳର ଜଣେ ଯୁବକ ଏକତରଫା ପ୍ରେମ କରୁଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଯୁବକଙ୍କ ନାଁରେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ମୃତ ଯୁବତୀଙ୍କ ପରିବାର ଲୋକ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ । ଏକତରଫା ପ୍ରେମରୁ ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବୋଲି ଅନୁମାନ କରାଯାଉଛି |

Comments are closed, but trackbacks and pingbacks are open.