ବ୍ରହ୍ମପୁର ସହରର ବୀଚ ରାସ୍ତାରେ ହତ୍ୟା..

966

ବ୍ରହ୍ମପୁର: ବଡବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହି ନିକଟରେ ଥିବା ଏକ ଆପାର୍ଟମେଣ୍ଟ ସମ୍ମୁଖ ରାସ୍ତା ରକ୍ତରଞ୍ଜିତ ହୋଇଛି। ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ଉକ୍ତ ଥାନା ଅନ୍ତର୍ଗତ ଲକ୍ଷ୍ମୀନୃଶିଂହ ସାହିର ବିଦ୍ୟାଧର ପାଣିଗ୍ରାହୀ(୨୨)। ଆକ୍ରମଣରେ ତାଙ୍କ ସହ ଥିବା ନରଶିଙ୍ଗ ସାହୁ ଆହତ ହୋଇଛନ୍ତି। ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ଘଟଣା ପରେ ଅପରାଧୀମାନେ ଫେରାର ହୋଇଯାଇଛନ୍ତି। ପୋଲିସ ଆହତଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଆକ୍ରମଣକାରୀଙ୍କ ପରିବାରର ୩ଜଣଙ୍କୁ ପୋଲିସ ରାତାରାତି ଉଠାଇ ଆଣି ଥାନାରେ ଅଧିକ ପଚରାଉଚରା କରୁଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।
ମିଳିଥିବା ସୂଚନା ମୁତାବକ, ସୋମବାର ବିଦ୍ୟାଧର ଏବଂ ସାଙ୍ଗ ନରଶିଙ୍ଗ ସାହୁ ସାନ ବଜାର ଛକରେ ଛିଡା ହୋଇଥିଲେ। ତାଙ୍କୁ ୩ଟି ବାଇକରେ ୫ଜଣ ଯୁବକ ଆସି ଭୟଭୀତ କରି ଅପହରଣ କରି ନେଇଥିଲେ। ପରେ ଖଣ୍ଡାରେ ହାଣି ବିଦ୍ୟାଧରଙ୍କୁ ହତ୍ୟା କରିଛନ୍ତି। ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଅପରାଧ ଦମନ ପାଇଁ ପୋଲିସ ସ୍ଵତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି।

Comments are closed, but trackbacks and pingbacks are open.