ପୌର ଫଳାଫଳ : ବିଜେଡି ର ମହା ବିଜୟ ପରେ ଟ୍ୱିଟ୍ କରି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

45

ପୌର ନିର୍ବାଚନରେ ବିପୁଳ ବିଜୟ ପରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ ମହା ନଗର ର ମେୟର ଆସନ ସହିତ ୧୦୫ ଏନଏସି/ମ୍ୟୁନିସିପାଲିଟି ପଦରୁ ୭୩ ପଦରେ ବାଜିମାତ କରିଛି ବିଜେଡି I ପଂଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ରେ ମଧ୍ୟ ବିଜେଡି କୁ ପ୍ରବଳ ଜନ ସମର୍ଥନ ମିଳିଥିବାରୁ ଟ୍ୱିଟ୍ କରି ଓଡ଼ିଶାବାସୀ ଙ୍କୁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟବାସୀ ଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇଛି । ୱାର୍ଡ ସ୍ତରରୁ ଲୋକଙ୍କୁ ଭଲପାଇବା ମିଳିଛି । ତେଣୁ ତୃଣମୂଳ ସ୍ତରରୁ ଲୋକପ୍ରିୟତା ପ୍ରମାଣିତ କରୁଛି । ସେ କହିଛନ୍ତି ଯେ, ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି । ତେଣୁ ଆସନ୍ତୁ, ସମସ୍ତେ ରାଜ୍ୟର ବିକାଶଧାରାରେ ସାମିଲ ହୋଇ ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଏକ ହୋଇ ଆଗକୁ ବଢିବା।ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଗଣତି ମୁତାବକ, ୧୦୮ ପୌରାଧ୍ୟକ୍ଷ ଆସନରୁ ୭୩ଟି ବିଜେଡି ବିଜୟୀ ହୋଇଥିବାବେଳେ ୧୬ଟି ଆସନରେ ବିଜୟୀ ହୋଇଛି ବିଜେପି । ସେହିପରି କଂଗ୍ରେସ ୭ଟି ଏବଂ ଅନ୍ୟନ୍ୟା ପ୍ରାର୍ଥୀଙ୍କ ଖାତାକୁ ୯ଟି ଆସନ ଯାଇଛି ।

Comments are closed, but trackbacks and pingbacks are open.