ପୌର ନିର୍ବାଚନ ଆଦର୍ଶ ଆଚରଣ ବିଧି : ଶାନ୍ତିଶୃଙ୍ଖଳାରେ ମତଦାନ ପ୍ରକ୍ରିୟାରେ ସହଯୋଗ କରିବାକୁ ଗୁରୁତ୍ୱ

23

ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ- ୨୦୨୨କୁ ଅବାଧ, ମୁକ୍ତ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ କରାଯିବା ପାଇଁ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ତଥା ପ୍ରତିନିଧିମାନଙ୍କ ସହିତ ଖୋର୍ଦ୍ଧା ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ର ଅନୁଷ୍ଠିତ ଏକ ବୈଠକରେ ଆଲୋଚନା କରିଛନ୍ତି। ସ୍ଥାନୀୟ ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରେଅନୁଷ୍ଠିତ ଏହି ବୈଠକରେ ଜିଲାପାଳ ଶ୍ରୀ ମହାପାତ୍ର, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନନାମା ଅନୁସାରେ ଶୃଙ୍ଖଳିତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଅନୁପାଳନ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ବୈଠକରେ ବିଏମସି ସାଧାରଣ ନିର୍ବାଚନ ପାଇଁ ନିଯୁକ୍ତ ନିର୍ବାଚନ ପର୍ୟ୍ୟବେକ୍ଷକ ଇନ୍ଦ୍ରମଣି ତ୍ରିପାଠୀ, ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ ପାଇଁ ନିଯୁକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ , ଖୋର୍ଦ୍ଧା ତଥା ପୌର ନିର୍ବାଚନ ନିମନ୍ତେ ନିୟୋଜିତ ଜିଲା ନୋଡାଲ ଅଧିକାରୀ ମନୋଜ କୁମାର ପାଢୀ, ଅତିରିକ୍ତ ଡିସିପି,ଭୁବନେଶ୍ୱର ପ୍ରକାଶ ଚନ୍ଦ୍ର ପାଲ, ବିଏମସି ଅତିରିକ୍ତ କମିଶନର ବିନୟ ଦାସ ଓ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ବୈଠକରେ ଜିଲାପାଳ ଶ୍ରୀ ମହାପାତ୍ର, ନିର୍ବାଚନ ପରିଚାଳନା କରିବା ପାଇଁ ନିର୍ବାଚନ କମିଶନ ଯେଉଁ ପ୍ରକ୍ରିୟା ସ୍ଥିର କରିଛନ୍ତି, ସେହି ଅନୁସାରେ ନିର୍ବାଚନ ପରିଚାଳନା କରି ଶୃଙ୍ଖଳିତ ନିର୍ବାଚନ ଉପରେ ଗୁରୁତ୍ୱ ଦେଇଥିଲେ । ସୂଚନା ଅନୁସାରେ ଭୁବନେଶ୍ୱର ମହାନଗର ନିଗମରେ ୬୭ଟି ଓ୍ୱାର୍ଡ ପାଇଁ ୭୦୫ ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ। ତନ୍ମଧ୍ୟରେ ୫ ଟି ଗୋଲାପୀ ବୁଥ ରହିଛି>ପ୍ରତି ଗୋଲାପୀ ବୁଥରେ ପ୍ରିଜାଇଡିଂ ଅଧିକାରୀଙ୍କ ସମେତ ୫ ଜଣ ମହିଳା ପୋଲିଂ କର୍ମଚାରୀ ରହିବେ। ପ୍ରତି ବୁଥରେ ମେୟର ପ୍ରାର୍ଥୀ ପାଇଁ ଗୋଟିଏ ଲେଖାଏଁ ଓ କର୍ପୋରେଟର ପ୍ରାର୍ଥୀ ପାଇଁ ଗୋଟିଏ ଲେଖାଏଁ ଅଲଗା ଅଲଗା ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ ବ୍ୟବହୃତ ହେବ। ନିୟମାନୁସାରେ ଜରୁରୀସେବା ପାଇଁ ୨୫ ପ୍ରତିଶତ ଭୋଟିଂ ମେସିନ୍ କୁ ମିଶାଇଲେ୭୦୫ ଟି ମତଦାନ କେନ୍ଦ୍ର ପାଇଁ ଭଭୟ ମେୟର ଓ କର୍ପୋରେଟର ପାଇଁମୋଟ ୧୭୬୩ ଟି ବ୍ୟାଲଟ ୟୁନିଟ୍ ଓ ୧୭୬୩ ଟି କଣ୍ଟ୍ରୋଲ ୟୁନିଟ୍ ବ୍ୟବହୃତ ହେବ । ମତଦାନ ସକାଳ ୮ରୁ ସଂଧ୍ୟା ୫ଟା ଯାଏ ଚାଲିବ ।ମତଦାନ ସମୟରେ ମତଦାତା ମାନେ କୋଭିଡ୍ କଟକଣା ଅନୁପାଳନ ପୂର୍ବକ ମାସ୍କ ପିନ୍ଧି ମତଦାନ କରିବେ । ମାର୍ଚ୍ଚ ୨୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଓ ୨୬ ରେ ଭୋଟ ଗଣତି ହେବ। ୨୩ ତାରିଖରେ ପ୍ରିଜାଇଡିଂ ଅଫିସରଙ୍କ ସମେତ ପ୍ରତି ଗ୍ରୁପରେ ପ୍ରଥମ ପୁଲିଂ ଅଫିସର, ୨ୟ ପୁଲିଂ ଅଧିକାରୀ, ୩ୟ, ୪ର୍ଥ ପୋଲିଂ ଅଧିକାରୀ ଓ ପୋଲିସ୍ କନଷ୍ଟେବଲଙ୍କୁ ମିଶାଇ ମୋଟ ୫ଜଣିଆ ଟିମ୍ ଯିବେ। ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ନୂଆ ଆର୍ଟସ୍ ବ୍ଲକରୁ ପୁଲିଂ ଅଧିକାରୀମାନେ ମାର୍ଚ୍ଚ ୨୩ ତାରିଖରେ ବିଏମ୍ ସିର ବିଭିନ୍ନ ବୁଥ୍ କୁ ମତଦାନ ଗ୍ରହଣ ପାଇଁ ଯିବେ ଓ ୨୪ ରେ ଭୋଟ ଗ୍ରହଣ ପରେ ଫେରିବେ। ନିର୍ବାଚନ ପରିଚାଳନା ପାଇଁ ସେକ୍ଟର ଅଫିସର ମାନେ ନିୟୋଜିତ ହୋଇଛନ୍ତି। ଭୁବନେଶ୍ୱର ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଆର୍ଟସ୍ ବ୍ଲକ ଠାରେ ଷ୍ଟ୍ରଙ୍ଗରୁମ୍ କରାଯାଇଛି। ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷା ବ୍ୟବସ୍ଥାକୁ ବି.ଏମ୍.ସିର ବରିଷ୍ଠ ଅଧିକାରୀମାନେ ତଦାରଖ କରିଛନ୍ତି। ସେଥିରେ ଥିବା ଝରକାକୁ ସିଲ୍ କରାଯାଇଛି। ଷ୍ଟ୍ରଙ୍ଗରୁମ୍ କମିଶନିଂଠାରୁ ଭୋଟ ଗଣତି ଶେଷ ପର୍ୟ୍ୟନ୍ତ ସିସିଟିଭି ନଜରରେ ରହିବ। ପ୍ରାର୍ଥୀମାନଙ୍କର ପ୍ରତିନିଧିମାନେ ମଧ୍ୟ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ନିର୍ଦ୍ଧାରିତ ସ୍ଥାନରୁ ଷ୍ଟ୍ରଙ୍ଗରୁମକୁ ସିସିଟିଭି ମାଧ୍ୟମରେ ଦେଖି ପାରିବେ । ପ୍ରାର୍ଥୀମାନେ ସରକାରୀ ରାସ୍ତା, କୋଠା, ବିଦ୍ୟୁତ୍ ଖୁଣ୍ଟ ଆଦିରେ ପ୍ରଚାର ପତ୍ର, ପୋଷ୍ଟର ବ୍ୟାନର ଆଦି ଲଗାଇ ପାରିବେ ନାହିଁ । କେବଳ ଘରୋଇ ସ୍ଥାନରେ ଘର ମାଲିକଙ୍କ ଅନୁମତି ବା ସହମତିରେ ପ୍ରାର୍ଥୀମାନେ ଏସବୁ ଲଗାଇ ପାରିବେ । ମତଦାନ କେନ୍ଦ୍ରର ୧୦୦ ମିଟର ଭିତରେ କୈାଣସି ପ୍ରାର୍ଥୀଙ୍କର ପ୍ରଚାର ପତ୍ର ବା ବ୍ୟାନର ଇତ୍ୟାଦି ଲଗାଇବେ ନାହିଁ । ନିର୍ବାଚନ ଆଚରଣ ବିଧି ଅନୁପାଳନ କରିବା ପାଇଁ ସରକାରୀ ସ୍ଥାନରେ ଏସବୁ ଲଗାଯାଇଥିଲେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ବି.ଏମ୍.ସିରେ ୩ଟି ଟିମ୍ ଗଠନ କରାଯାଇଛି । ବହୁ ସରକାରୀ ସ୍ଥାନରେ ଏସବୁ ଲାଗିଥିବା ଓ ଏହାକୁ କଢା ଯାଉନଥିବା ସଂପର୍କରେ କେତେକ ପ୍ରାର୍ଥୀ ବୈଠକରେ ଦୃଷ୍ଟି ଆକର୍ଷଣ କରିବାରୁ ଏହାକୁ ଅଧିକ ବ୍ୟାପକ କରିବାକୁ ଜିଲ୍ଲାପାଳ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ତଥା ବି.ଏମ୍. ସି ପାଇଁ ନିୟୋଜିତ ନିର୍ବାଚନ ଅଧିକାରୀ ଶ୍ରୀ ସ୍ୱାଇଁ ଶୃଙ୍ଖଳିତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କର ନିର୍ଦ୍ଦିଷ୍ଟ ଅଭିଯୋଗ ପ୍ରତି ଗୁରୁତ୍ୱ ଦିଆଯାଇ କାର୍ୟ୍ୟାନୁଷ୍ଠାନ ନିଆଯାଉଥିବା ସଂପର୍କରେ କହିଥିଲେ । ସେହିପରି ଶୃଙ୍ଖଳିତ ନିର୍ବାଚନ ପାଇଁ ମୋବାଇଲ୍ ପୋଲିସ୍ ଟିମ୍ ଗଠନ କରାଯାଇଛି । ଏହି ଟିମ ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ସବୁ ଅଂଚଳ ଗସ୍ତ କରି ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ତଦାରଖ କରିବେ । ପୂର୍ବରୁ ରାଜନୈତିକ ହିଂସା, ଗଣ୍ଡଗୋଳ ଓ ଅପରାଧରେ ଜଡିତ ଥିବା ବ୍ୟକ୍ତିଙ୍କ ଉପରେ ଡିସିପିଙ୍କ ତରଫରୁ କଡା ନଜର ରହିବ । ତେବେ ଭୁବନେଶ୍ୱର ରାଜ୍ୟର ରାଜଧାନୀ ଓ ଏହାର ଭୋଟର ଶିକ୍ଷିତ, ସଚେତନ । ଏଣୁ ଏଠାରେ ଶୃଙ୍ଖଳିତ ମତଦାନ ଉପରେ ସମସ୍ତଙ୍କର ନଜର ରହିଛି । ଏଣୁ ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳ ଓ ଭୋଟରମାନେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନରେ ସହଯୋଗ ପୂର୍ବକ ମୁକ୍ତ ,ଅବାଧ, ନିରପେକ୍ଷ ନିର୍ବାଚନ କରି ଭୁବନେଶ୍ୱର ମହାନଗର ନିଗମରେ ଗଣତନ୍ତ୍ରର ସୁନାମ ଆଣିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।
ବିଏମସି ନିର୍ବାଚନ ସାଧାରଣ ପର୍ୟ୍ୟବେକ୍ଷକ ଶ୍ରୀ ତ୍ରିପାଠୀ ଉପସ୍ଥିତ ସମସ୍ତ ରାଜନେୈତିକ ଦଳର ପ୍ରାର୍ଥୀ, ପ୍ରତିନିଧିମାନଙ୍କୁ ନିର୍ବାଚନ ଆଦର୍ଶ ଆଚରଣ ବିଧି ସଂପର୍କରେ ଅବଗତ କରାଇ ନିର୍ବାଚନ ସମୟରେ କୁସଂସ୍କାରାତ୍ମକ ପ୍ରଚାରକୁ ନିବୃତ୍ତ ରହିବା, ଜାତି, ଧର୍ମ ଓ ବ୍ୟକ୍ତିଗ ଆକ୍ଷେପରୁ ଦୂରରେ ରହିବା ଓ ସରକାରୀ ଅନୁଷ୍ଠାନ ମାନଙ୍କରେ ପ୍ରଚାର ପତ୍ର ନ କରିବା ଉପରେ ଗୁରୁତ୍ୱାରୋପ କରି ଏ ଦିଗରେ ସମସ୍ତେ ସଚେତନ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାର୍ଥୀମାନଙ୍କର ନିର୍ବାଚନ ପ୍ରଚାର ଖର୍ଚ୍ଚ ତଦାରଖ କରିବା ପାଇଁ ଖର୍ଚ୍ଚ ପର୍ୟ୍ୟବେକ୍ଷକ ନିଯୁକ୍ତ ରହିଛନ୍ତି । ନିର୍ବାଚନ ପାଇଁ ଏକ ହ୍ୱାଟସ ଆପ୍ ନଂ-୮୧୪୪୫୩୭୭୯୨ ପ୍ରଶାସନ ତରଫରୁ ଖୋଲାଯାଇଛିଏବଂ ଲ୍ୟାଣ୍ଟ ଲାଇନ୍ ନଂ- ୦୬୭୪-୨୯୧୩୪୪୦କାର୍ୟ୍ୟକରୁଛି । ଏଥି ସହିତ ଡିସିପିଙ୍କ ପୋଲିସ୍ କଣ୍ଟ୍ରୋଲ୍ ରୁମ୍ ଟେଲିଫୋନ୍ ନଂ- ୮୦୯୩୦୨୮୧୦୭ କାର୍ୟ୍ୟ କରୁଛି । ତତ୍ ସହିତ ସ୍ଥାନୀୟ ସବୁ ପୋଲିସ୍ ଷ୍ଟେସନରେ ନିର୍ବାଚନ ସଂକ୍ରାନ୍ତୀୟ ଅଭିଯୋଗ ଗ୍ରହଣ କରାଯାଇପାରିବ । ଆସନ୍ତା କାଲି୧୭ ତାରିଖ ଠାରୁ ଷ୍ଟ୍ରଙ୍ଗ ରୁମ୍ ର ପରିଚାଳନା ଆରମ୍ଭ ହେବ । ଇଭିଏମ୍ କମିଶନିଂ ଆରମ୍ଭ ହୋଇ ଷ୍ଟ୍ରଙ୍ଗ ରୁମ୍ ରେ ରହିବ । ମତଦାନ ପୂର୍ବରୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଇଭିଏମ୍ କମିଶନିଂ ସମୟରେ ପ୍ରାର୍ଥୀ କିମ୍ବା ସେମାନଙ୍କର ପ୍ରତିନିଧିମାନେ ଉପସ୍ଥିତ ରହିପାରିବା ଓ ପୋଲିଂ ପୂର୍ବରୁ ମକ୍ ପୋଲିଂ ସମୟରେ ପୋଲିଂ ଏଜେଣ୍ଟ ଉପସ୍ଥିତ ରହିବା ସଂପର୍କରେ ଅବଗତ କରାଇଥିଲେ ।

Comments are closed, but trackbacks and pingbacks are open.