ପୌର ନିର୍ବାଚନ : ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ସମସ୍ୟା ର ସମାଧାନ ନେଇ ମତଦାତା ଅସନ୍ତୁଷ୍ଟ

24

ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି I ପୌର ନିର୍ବାଚନ କୁ ମାତ୍ର ଦିନ କେଇଟା ଥିବାବେଳେ ଅନେକ ପୌରାଞ୍ଚଳ ଗୁଡିକ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ଏ ଯାଏଁ ସମାଧାନ ହେଇ ନାହିଁ I ସେହିପରି ରାଜ୍ୟରେ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୪୨ ବର୍ଷ ପୂରଣ କରିସାରିଛି I କିନ୍ତୁ ଏବେ ବି ଅନେକ ସମସ୍ୟା ଘେରରେ ରହିଛି ବିଜ୍ଞାପିତ ଅଞ୍ଚଳ । ସେଥି ମଧ୍ୟରୁ ମୁଖ୍ୟ ହେଉଛି ପାନୀୟ ଜଳ ସମସ୍ୟା I ତା ସହିତ ବସଷ୍ଟାଣ୍ଡ, ଡ୍ରେନେଜ,ଉଛେଦ ବ୍ୟବସାୟୀଙ୍କୁ ଥଇଥାନ,ଯାତ୍ରୀ ବିଶ୍ରାମାଗାର,ଭେଣ୍ଡିଂ ଜୋନ,ବିଭିନ୍ନ ଛକରେ ପରିଶ୍ରାଗାରମାନଙ୍କରେ କେବଳ ତାଳି ପକା କାମ ହେଉଥିବା ଅଭିଯୋଗ ହୋଇଛି । ଏବେ ପୌର ନିର୍ବାଚନ ଆସୁଥିବାରୁ ପ୍ରଚାର ଜୋରଦାର ଚାଲିଛି । ତେବେ ମତଦାତାମାନେ ପ୍ରତିଶ୍ରୁତି ନୁହେଁ କାମ କରିବା ପାଇଁ ପ୍ରାର୍ଥୀମାନଙ୍କୁ କହିଛନ୍ତି । ନୂଆ କରି ହୋଇଥିବା ଏନ୍ଏସ୍ସିମାନଙ୍କରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିବା ବେଳେ ଜି. ଉଦୟଗିରିର ସମସ୍ୟାକୁ ନେଇ ମତଦାତାମାନେ ପ୍ରଶ୍ନ କରିଛନ୍ତି । ପରିବର୍ତ୍ତନର ସ୍ୱର ଜୋର ଧରିଛି । ତେବେ ଦେଖିବାକୁ ପଡିବ କେଉଁ ପ୍ରାର୍ଥୀ ମତଦାତାଙ୍କୁ ପ୍ରଭାବିତ କରିପାରୁଛନ୍ତି ନା ମତାଦାତା ଠିକ୍ ପ୍ରାର୍ଥୀଙ୍କୁ ନିର୍ବାଚିତ କରୁଛନ୍ତି ।
ପାନୀୟ ଜଳ ସମସ୍ୟା ଲାଗି ରହିଛି । ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ,୧୨ ବର୍ଷ ହେଲା ଉଛେଦ ହୋଇଥିବା ବ୍ୟବସାୟୀଙ୍କୁ ଥଇଥାନ କରିବା, ଯାତ୍ରୀ ବିଶ୍ରାମାଗାର ଓ ପରିଶ୍ରାଗର ନିର୍ମାଣ, ଜି.ଉଦୟଗିରି କୁ ଉପଖଣ୍ଡ ମାନ୍ୟତା, ଡାକ୍ତରଖାନାରେ ଦୀର୍ଘ ଦିନ ହେଲା ଖାଲି ପଡିଥିବା ଡାକ୍ତରୀ ପଦବୀ ପୂରଣ, ଭେଣ୍ଡିଂ ଜୋନ
ପ୍ରତିଷ୍ଠା ଭଳି ବିବିଧ ସମସ୍ୟା ସମାଧାନ ପାଇଁ ଦାବି ହୋଇଛି । ତେବେ ନିର୍ବାଚନରେ ପ୍ରାର୍ଥୀମାନେ ଅନେକ ପ୍ରତିଶ୍ରୁତି ଦେଉଛନ୍ତି । କେବେ ଏହି ସମସ୍ୟା ଦୂର ହେବ ତାହାହିଁ ଚଳିତ ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।

Comments are closed, but trackbacks and pingbacks are open.