ପୌର ନିର୍ବାଚନ : ଜଗତସିଂହପୁର ରେ ୨ ଗୋଷ୍ଠୀ ମୁହାଁମୁହିଁ

47

ଆଜି ରାଜ୍ୟରେ ଅନୁଷ୍ଠିତ ହୋଇ ଯାଇଛି ପୌର ନିର୍ବାଚନ I ମତଦାନ ଚାଲିଥିବା ସମୟରେ କେତେକ ସ୍ଥାନ ରେ ଛୋଟ ବଡ଼ ଗଣ୍ଡଗୋଳ ହେବ ର ଦେଖା ଯାଇଥିଲା I ସେହିପରି ଜଗତସିଂହପୁର ପୌରାଞ୍ଚଳ ୧୯ ନମ୍ବର ଓ୍ୱାର୍ଡ ୩୦ ନମ୍ବର ବୁଥରେ ଭୋଟ ଗ୍ରହଣ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।
ଖବର ଅନୁଯାୟୀ, ଜଗତସିଂହପୁର ପୌରାଞ୍ଚଳର୧୯ ନମ୍ବର ନିର୍ବାଚନ ବେଳେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । କୌଣସି କାରଣରୁ ୧୯ ନମ୍ବର ୱାର୍ଡର ୩୦ ନମ୍ବର ବୁଥରେ ଏହି ଉତ୍ତେଜନା ଦେଖିବାକୁ ମିଳିଛି । ପରିସ୍ଥିତିକୁ ଦେଖି ତୁରନ୍ତ ପୋଲିସ ଫୋର୍ସକୁ ମୁୟତନ କରାଯାଇଛି । ତେବେ କଣ ପାଇଁ ଗୋଷ୍ଠୀ ସଂଘର୍ଷ ହେଲା, ଏବେ ଯାଏଁ ଅସ୍ପଷ୍ଟ ରହିଛି ।

Comments are closed, but trackbacks and pingbacks are open.